ବେଲପଡାକୁ ଏନ୍‌ଏସି ମାନ୍ୟତା ଦାବି ନେଇ ଶାନ୍ତିପୂର୍ଣ୍ଣ ଭାବେ ବନ୍ଧ ପାଳନ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ଦୀର୍ଘ ବର୍ଷରୁ ଦାବି କରିଆସୁଥିଲେ ସୁଦ୍ଧା ବେଲପଡାକୁ ଏନ୍‌ଏସି ମାନ୍ୟତା ଦେବାରେ ରାଜ୍ୟ ସରକାର ପଛଘୁଞ୍ଚା ମାରୁଛି । ବିଜେଡି ସରକାର ଥିବାବେଳେ ବେଲପଡାକୁ ଏନ୍‌ଏସି ମାନ୍ୟତା ଦେବାରେ ସମସ୍ତ ପ୍ରକାର କାଗଜପତ୍ର ଆଗେଇ ନେଇଥିଲେ । କିନ୍ତୁ ବର୍ତ୍ତମାନର ସରକାର ବେଲପଡାକୁ ଅଣଦେଖା କରୁଥିବାର ଜନସାଧାରଣ ମତ ରଖିଛନ୍ତି । ଏହି ଘଟଣା ହେଉଛି ବଲାଙ୍ଗିର ଜିଲ୍ଲା ବେଲପଡାର । ସେଥିପାଇଁ ଆଜି ବେଲପଡାରେ ଦୋକାନ ବଜାର ସହ ଅଖଚକ ପୁରାପୁରି ଠପ୍‌ ହୋଇଯାଇଛି । ଏହି ବନ୍ଦରେ ବେଲପଡାବାସୀ ତଥା ଅଂଚଳର ସମସ୍ତ ସଂଗଠନ ସାମିଲ ହୋଇଥିଲେ । ତା ସହ ପୂର୍ବତନ ବିଧାୟକ ସରୋଜ କୁମାର ମେହେର ମଧ୍ୟ ସାମିଲ ହୋଇ ବିଜେପି ସରକାର ଉପରେ ବର୍ଷିଛନ୍ତି । ଏହି ବନ୍ଦରେ ଜରୁରୀକାଳୀନ ସେବା ଛାଡି ସମସ୍ତ ଗାଡିମୋଟର ଚଳାଚଳ ସଂପୂର୍ଣ୍ଣ ଭାବେ ବନ୍ଦ ରହିଥିବାର ଦେଖିବାକୁ ମିଳିଥିଲା । ଆଗାମୀ ଦିନରେ ଯଦି ବେଲପଡାକୁ ଏନ୍‌ଏସି ମାନ୍ୟତା ନ ମିଳେ ତା ହେଲେ ଆନ୍ଦୋଳନ ଆହୁରି ମଜବୁତ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ପରେ ବେଲପଡା ପୋଲିସ ପହଞ୍ଚି ସମସ୍ତଙ୍କୁ ବୁଝାସୁଝା କରିବା ପରେ ଆନ୍ଦୋଳନରୁ ଓହରି ଥିଲେ ଆନ୍ଦୋଳନକାରୀ ।

jittmm
Leave A Reply

Your email address will not be published.