ଗୁଡଭେଲା, (କେପିଏନ୍ଏସ୍) : ଗୁଡଭେଲା ଲାର୍ଣ୍ଣି ଲିଙ୍କ୍ ଫାଉଣ୍ଡେସନ ରୋଡ୍ ଟୁ ସ୍କୁଲ୍ ପ୍ରୋଗ୍ରାମ ତରଫରୁ ଗ୍ରାମ ପଞ୍ଚାୟତ ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ତେନ୍ତୁଳିଖୁଣ୍ଟି ଠାରେ ଆନ୍ତର୍ଜାତିକ ଯୁବ ଦିବସର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ପରିଚାଳନା ଧନଞ୍ଜୟ ଆଚାରି କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଶାନ୍ତନୁ କୁମାର ପ୍ରଧାନ ପରିଚାଳନା ଅଧିକାରୀ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଏଲ୍.ଏଲ୍.ଏଫ୍.ର ରାଧାକାନ୍ତ ନନ୍ଦ (ବ୍ଲକ କୋ-ଅର୍ଡିନେଟର, ବରିଷ୍ଠ ବିଭୂତି ପ୍ରଧାନ, କୃଷ୍ଣଚନ୍ଦ୍ର ବେହେରା, ସୌମ୍ୟରଞ୍ଜନ ସାହୁ ସହିତ ମହାବିଦ୍ୟାୟର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଯୁବ ପିଢ଼ିର ମହତ୍ତ୍ୱ, ଦସ୍ତଖତ ଅଭିଯାନ ଏବଂ “ମୁଁ ମୋ ଦେଶ ପାଇଁ କଣ କରିବି” ବିଷୟରେ ବିଶେଷ ଆଲୋଚନା ହୋଇଥିଲା । ପରିଶେଶରେ ଛାତ୍ରଛାତ୍ରୀମାନେ ଏକ ଉତ୍ତମ ନାଗରିକ ହେବା ପାଇଁ ଏକ ଶପଥ ପାଠ ମଧ୍ୟ କରାଯାଇଥିଲା । ବ୍ଲକ କୋ-ଅର୍ଡିନେଟର ଧନଞ୍ଜୟ ଆଚାର୍ଯ୍ୟ ଧନ୍ୟବାଦ ଜଣାଇଥିଲେ । କାର୍ଯ୍ୟକ୍ରମରେ ନିହାରିକା ପଣ୍ଡା, ବଦ୍ରିନାଥ ଠାକୁର ଓ ମହାବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।
