ବଲାଙ୍ଗିର, (କେପିଏନ୍ଏସ୍) : ଅର୍ଜେଣ୍ଟ ପ୍ରେସ୍ମିଟ୍ରେ ବଲାଙ୍ଗିର ବିଜୁ ଜନତା ଦଳ ସ୍ଥାନୀୟ ସାମ୍ବାଦିକ ଭବନଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ସାମ୍ବାଦିକରେ ବିଜେଡ଼ି କରିଛି ବଡ଼ ଖୁଲାସା । ବଲାଙ୍ଗିରରେ କୃଷି ବିଶ୍ୱିବଦ୍ୟାଳୟ ଦାବୀ କରିବା ସହ ନୂଆ ସରକାରରେ ବିକାଶ ମୂଳକ କାମକୁ ନେଇ ସାମ୍ବାଦିକ ସମ୍ମିଳନୀରେ ଗିର୍ଜିଛି ବିଜେଡ଼ି । ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୌରାଧ୍ୟକ୍ଷା ଲିକା ସାହୁ, ପ୍ରଭାସ ପାଣିଗ୍ରାହୀ, ବିଧୁଭୂଷଣ ତ୍ରିପାଠୀ, ଶମ୍ଭୁ ନାଗ, ପ୍ରଦୀପ୍ତ ମିଶ୍ର, ସୁମନ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।