ରେଙ୍ଗାଲିରେ ଜାତୀୟ ଅକ୍ଷୟ ଶକ୍ତି ଦିବସ ପାଳିତ

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା, ଆଗଲପୁର (ଡୁଡ଼ୁକା)ବ୍ଲକ ଅନ୍ତର୍ଗତ ରେଙ୍ଗାଲି ଉଚ୍ଚ ବିଦ୍ୟାଳୟ ପରିସରରେ ଜାତୀୟ ଅକ୍ଷୟ ଶକ୍ତି ଦିବସ ପାଳିତ ହୋଇଯାଇଛି । ଶିକ୍ଷକ ଯାଦବ ବାରିକଙ୍କ ତତ୍ତ୍ଵାବଧାନରେ ଛାତ୍ର ଛାତ୍ରୀମାନେ ପ୍ରବନ୍ଧ ଲିଖନ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ଶକ୍ତି କ୍ଲବ ମାଷ୍ଟର ଟ୍ରେନର ଦିଲ୍ଲୀପ କୁମାର ଧଳଙ୍କ ସଂଯୋଜନାରେ ଅନୁଷ୍ଠିତ କର୍ମଶାଳାରେ ନବୀକରଣ ଯୋଗ୍ୟ ଶକ୍ତି ଯଥା ସୌରଶକ୍ତି, ପବନ ଶକ୍ତି, ଜୁଆର ଶକ୍ତିର ବ୍ୟବହାର ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଶିକ୍ଷକ ତୁଳମଣି ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.