ଶିଶୁ ବାଟିକା ପିଲାଙ୍କୁ ମିଳିବ ୟୁନିଫର୍ମ : ୩ ଲକ୍ଷ ୧୦ ହଜାର ୮୩୯ ପିଲାଙ୍କୁ ବଣ୍ଟନ ହେବ

ଭୁବନେଶ୍ୱର : ସ୍କୁଲରେ ନାମ ଲେଖାଇଥିବା ସମସ୍ତ ଶିଶୁ ବାଟିକା ପିଲାଙ୍କୁ ବଣ୍ଟନ ହେବ ସ୍କୁଲ ୟୁନିଫର୍ମ । ପ୍ରଥମ ଶ୍ରେଣୀ ପିଲାଙ୍କ ପରି ଶିଶୁ ବାଟିକା ପିଲାଙ୍କୁ ମଧ୍ୟ ଦିଆଯିବ ସ୍କୁଲ ପୋଷାକ, ଜୋତା, ମୋଜା, ଟି-ସାର୍ଟ, ଟ୍ରାକ୍‌-ପାଣ୍ଟ, ଟୋପି ଓ ପରିଚୟ ପତ୍ର । ଏଥିପାଇଁ ଖର୍ଚ୍ଚ ହେବ ଜଣଙ୍କ ପିଛା ୧୦୦୦ ଟଙ୍କା । ଚଳିତ ଶିକ୍ଷାବର୍ଷରେ ରାଜ୍ୟର ମୋଟ୍ ୩ ଲକ୍ଷ୧୦ ହଜାର ୮୩୯ଜଣ ଶିଶୁ ବାଟିକା ପିଲାଙ୍କୁ ଏହି ୟୁନିଫର୍ମ ବଣ୍ଟନ କରାଯିବ । ଏଥିପାଇଁ ମୋଟ୍ ୩୧ କୋଟି ୮ ଲକ୍ଷ ୩୯ ହଜାର ଟଙ୍କା ଖର୍ଚ୍ଚ ହେବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏନେଇ ଯୋଜନା ପ୍ରସ୍ତୁତ କରୁଛି । ପିଲାମାନେ ଖୁସିରେ ସ୍କୁଲ ଯିବେ ଓ ଅଭ୍ୟାସରେ ପରିଣତ ହେବେ । ସ୍କୁଲ ଛାଡ଼ିବା ପାଇଁ ମନ କରିବେ ନାହିଁ ଏବଂ ଡ୍ରପ୍ ଆଉଟ୍ କିପରି ବଢିବ ନାହିଁ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.