ସମ୍ବଲପୁର : ଗର୍ଜିଲା ସମ୍ବଲପୁର ପୋଲିସ, ଆଜି ସକାଳୁ ସକାଳୁ ଅଭିଯୁକ୍ତଙ୍କୁ ଧରିବା ବେଳେ ଖଣ୍ଡୁଆଳ ନିକଟରେ ଘଟିଛି ଗୁଳିକାଣ୍ଡ । ଅପରାଧୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ବେଳେ ଜଣେ ଅପରାଧୀଙ୍କ ବାମ ଗୋଡ଼ରେ ଗୁଳି ବାଜିଛି । ପୋଲିସର ଜବାବୀ କାର୍ଯ୍ୟାନୁଷ୍ଠାନରେ ଆହତ ହୋଇଛି ଅପରାଧୀ ଏମଡି ସାମଦ । ଏକ ହତ୍ୟାକାଣ୍ଡର ଅଭିଯୁକ୍ତ ଥିବା ଏମଡି ସାମଦକୁ ଖଣ୍ଡୁଆଳ ନିକଟରେ ପୋଲିସ ଧରିବାକୁ ଚେଷ୍ଟା କଲା ବେଳେ ଆଜି ଭୋର ପ୍ରାୟ ୫ଟା ବେଳେ ପୋଲିସ ଓ ଅଭିଯୁକ୍ତ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ପୋଲିସକୁ ଦେଖି ଏମଡି ସାମଦ ପୋଲିସ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇ ଥିଲା । ଜବାବରେ ପୋଲିସ ଗୋଟିଏ ରାଉଣ୍ଡ ପାଲଟା ଗୁଳି ଚଳାଇ ଏନକାଉଣ୍ଟର କରିଥିଲା ଅଭିଯୁକ୍ତର ବାମ ପଟ ଗୋଡ଼ରେ ଗୋଟିଏ ଗୁଳି ବାଜିଛି । ଘଟଣା ସ୍ଥଳରେ ଗୋଟିଏ ୭.୬ ଏମଏମ୍ ବନ୍ଧୁକ, ୨ଟି ଖୋକା ଓ ଅଭିଯୁକ୍ତର ମଟର ସାଇକେଲ ପଡ଼ିଛି । ଅଭିଯୁକ୍ତ ନାମରେ ପୁର୍ବରୁ ବହୁ ଅପରାଧିକ ମାମଲା ରହିଛି ବୋଲି ପୋଲିସ ସୂଚନା ଦେଇଛି । ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଧନୁପାଲି ଥାନା ଅନ୍ତର୍ଗତ ସୁରେନ୍ଦ୍ର ସାଏ ଷ୍ଟାଡିୟମ ନିକଟରେ ଆସଫାକ ଖାନକୁ ଛୁରୀ ଭୂଷି ହତ୍ୟା କରି ଏମ୍ଡି ସାମଦ ଓ ତାର ଭାଇ ଏମ୍ଡି. ୱାସିମ୍ ଫେରାର ହୋଇଯାଇଥିଲେ । ସେପଟେ ଏହି ଘଟଣାରେ ଛାନଭିନ୍ କରୁଛି ପୋଲିସ ।