ଯାଜପୁର : ଭୁଲ୍ ଇଞ୍ଜେକ୍ସନ ଯୋଗୁଁ ଯୁବକଙ୍କ ମୃତ୍ୟୁ ଅଭିଯୋଗ । ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା । ମୃତ ଯୁବକ ହେଲେ ଯାଜପୁର ଧର୍ମଶାଳା ବାଉଁଶ କଣ୍ଟା ଗ୍ରାମର ଭରତ ଦାସ । ସେ ବିଷ ପିଇଥିବା ସନ୍ଦେହରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସୁସ୍ଥ ଥିଲେ, ଆଜି ଡିସଚାର୍ଜ ହୋଇଥାନ୍ତେ । ହେଲେ ଭରତଙ୍କୁ ଏକ ଇଞ୍ଜେକ୍ସନ୍ ଦେବା ପରେ ତାଙ୍କର ମୃତ୍ୟୁ ହୋଇଛି । ଭୁଲ୍ ଇଞ୍ଜେକ୍ସନ୍ ଯୋଗୁଁ ଭରତଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ସୂଚନାନୁଯାୟୀ, ଯାଜପୁର ଜିଲ୍ଲା ଧର୍ମଶାଳା ବାଉଁଶ କଣ୍ଟା ଗ୍ରାମର ଭରତ ଦାସ (୩୦ ବର୍ଷ) ଗତକାଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଭରତ ବିଷ ପିଇଥିବା ସନ୍ଦେହରେ ପରିବାର ଲୋକେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତାଙ୍କର ସ୍ଵାସ୍ଥ୍ୟାବସ୍ଥା ଭଲ ଥିଲା । ଆଜି ସେ ମେଡିକାଲରୁ ଡିସଚାର୍ଜ ହୋଇଥାନ୍ତେ । ସକାଳୁ ଭରତ ବୁଲାବୁଲି ବି କରୁଥିଲେ । ହେଲେ ସକାଳେ ଷ୍ଟାଫ୍ ନର୍ସ ଭରତଙ୍କୁ ଏକ ଇଞ୍ଜେକ୍ସନ ଦେଇଥିଲେ । ଏହାପରେ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ହୋଇଥିଲା । କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଛି । ଭରତଙ୍କ ପରିବାର ଲୋକେ ଭୁଲ୍ ଇଞ୍ଜେକ୍ସନ୍ରୁ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି । ସୁରକ୍ଷା ଦୃଷ୍ଟିରୁ ଚିକିତ୍ସାଳୟରେ ପୁଲିସ ମୁତୟନ ହୋଇଛନ୍ତି ।

Next Post