ରିକାପଲ୍ଲୀ ରାଧାକୃଷ୍ଣ ମଠ ତରଫରୁ ନନ୍ଦଉତ୍ସବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରାଞ୍ଚଳର ୧୨ ନମ୍ବର ୱାର୍ଡ ରିକାପଲ୍ଲୀ ରାଧାକୃଷ୍ଣ ମଠ ତରଫରୁ ନନ୍ଦଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ପାରମ୍ପରୀକ ରୀତିନୀତି ଅନୁଯାୟୀ ପ୍ରଥମେ ଗୌଡ଼ ଲୋକ ମାଧ୍ୟମରେ ଦଧି ହାଣ୍ଡି ଧରିବା ପାଇଁ ଏବଂ ଦଧି ହାଣ୍ଡି ଭାଙ୍ଗିବା ପାଇଁ ନନ୍ଦ ଘର ଆଗରେ ଖେଳ ହୋଇଥିଲା । ଯୁବକମାନଙ୍କ ପାଣିଛାଟ ମାଡ଼ ମାରିବା ସହ ଗୌଡ଼ ପୁଅ ଦହି ହାଣ୍ଡି ଭାଙ୍ଗିବାରେ ସଫଳ ହୋଇଥିଲେ । ଏହି ପାରମ୍ପରୀକ ନନ୍ଦଉତ୍ସବରେ ବୟୋଜ୍ୟେଷ୍ଠ ନାଗରିକ ସିମାଦ୍ରୀ ଚୌଧୁରୀଙ୍କ ନେତୃତ୍ୱରେ ସମ୍ପନ୍ନ ହୋଇଥିବା ବେଳେ ବୁଢ଼ୀ ଠାକୁରାଣୀ ମନ୍ଦିର କମିଟି ଏଥିରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ବୁଢ଼ୀ ଠାକୁରାଣୀ ମନ୍ଦିର କମିଟିର ସଭାପତି ସୁନୀଲ ଗୌଡ଼, ସମ୍ପାଦକ ବିଜୟା ନନ୍ଦ ନାୟକ, କୋଷାଧ୍ୟକ୍ଷ ମନୋରଞ୍ଜନ ବେହେରା, ସଦସ୍ୟ ଡି.ସୁରେଶ ରେଡ୍ଡୀ, ଚନ୍ଦ୍ର ଶେଖର ବେହେରା, ଟୁଲୁ ଦୋରା ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.