ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨ ସ୍ଥିତ ସୁଶୀଳାବତୀ ସରକାରୀ ମହିଳା ମହାବିଦ୍ୟାଳୟର ସାଂସ୍କୃତିକ ପରିଷଦ ଏବଂ ଜାତୀୟ ସେବା ଯୋଜନାର ମିଳିତ ଉଦ୍ୟମରେ ହରଘର ତ୍ରିରଙ୍ଗା ଶୋଭାଯାତ୍ରା ଆଜି ଅନୁଷ୍ଠିତ ହୋଇଯାଇଛି । ସାଂସ୍କୃତିକ ପରିଷଦ ଓ ଜାତୀୟ ସେବା ଯୋଜନାର ସଂଯୋଜକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କଲେଜର ଅଧ୍ୟକ୍ଷା ଇପଶିତା ଏକ୍କା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଦେଖାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପ୍ରାଧ୍ୟାପକ ପ୍ର. ମାନସ ବେହେରା, ଅଧ୍ୟାପକ ପ୍ରକାଶ ସୋରେଙ୍ଗ, ସମାଜସେବୀ ବିବେକାନନ୍ଦ ଦାସଙ୍କ ସମେତ କଲେଜର ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକାବୃନ୍ଦ, କଲେଜର ଛାତ୍ରୀ ପ୍ରମୁଖ ଯୋଗଦେଇ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ପ୍ରାରମ୍ଭରେ ଜାତୀୟ ସଂଗୀତ ଗାନ କରାଯାଇଥିଲା । ସମସ୍ତେ ତ୍ରିରଙ୍ଗା ଧରି ବିଭିନ୍ନ ଜାତୀୟତା ବୋଧ ଧ୍ୱନୀ ଦେଇ ଶୋଭାଯାତ୍ରାରେ ଯାଇଥିଲେ । ଏହି ଶୋଭାଯାତ୍ରା ସେକ୍ଟର ୨ କଲେଜ ପରିସରରୁ ବାହାରି ଟାଉନ ସର୍ଭିସ ଅଫିସ ଛକ, ରିଙ୍ଗ ରୋଡ଼ ହୋଇ ସେକ୍ଟର ୨ ଛକ ଦେଇ ପୁଣି କଲେଜ ପରିସରକୁ ଫେରିଥିଲା । ଘରଘର ତ୍ରିରଙ୍ଗା – ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା । ସାଂସ୍କୃତିକ ପରିଷଦ ଓ ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବିଗଣ ଓ ଷ୍ଟାଫ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Next Post