ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ବାଦିକଟା ପଞ୍ଚାୟତ ସାପଲହର ସେବାଶ୍ରମରେ ଗତ ଚାରିଦିନ ହେଲା ଶିକ୍ଷକ ଅଭାବକୁ ନେଇ ଗ୍ରାମବାସୀ ତଥା ଅଭିଭାବକ ଅଭିଭାବିକା ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଜଣାଇବା ସତ୍ୱେ ଅଣଦେଖା କରିବାରୁ ବାଧ୍ୟ ହୋଇ ତାଲାବନ୍ଦ କରିଥିଲେ । ଏ ନେଇ ଖବର କାଗଜରେ ବେଶ ଚର୍ଚ୍ଚାର ବିଷୟ ହୋଇଥିଲା । ଆଜି ସୋମବାର ଦିନ ୧୨.୩୦ ଟାରେ ଜିଲ୍ଲା ମଙ୍ଗଳ ଅଧିକାରୀ ସାପଲହର ଆସି ଗ୍ରାମବାସୀ ତଥା ଅଭିଭାବକ ଅଭିଭାବିକା, ପତ୍ରକାର ବନ୍ଧୁ ଏବଂ ଜଗଦଳପୁର ଥାନାଧିକାରୀଙ୍କ ଉପସ୍ଥିତିରେ କାଲି ସନ୍ଧ୍ୟା ସୁଦ୍ଧା ଅର୍ଥାତ ଆସନ୍ତା ୧୨ ତାରିଖ ଦିନ ମଙ୍ଗଳବାର ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ଜଣଙ୍କୁ ନିଯୁକ୍ତି ଦେବି ବୋଲି ଲିଖିତ ଆକାରରେ ଜଣାଇବା ପରେ ବିଦ୍ୟାଳୟକୁ ଖୋଲି ଦିଆଯାଇଛି । ସମସ୍ତଙ୍କ ଅକ୍ଲାନ୍ତ ସହଯୋଗରେ ସଫଳତା ମିଳିଥିବାରୁ ଗ୍ରାମବାସୀ ସମସ୍ତ ପତ୍ରକାର ବନ୍ଧୁ ଏବଂ ଜଗଦଳପୁର ଥାନାଧିକାରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

Prev Post