ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅଁଳା ଭଟା ଗ୍ରାମପଞ୍ଚାୟତ ପୋଡ଼ାଖୋଲ ଗ୍ରାମର ଗୋପାଳମାଝି ବୟସ ୪୫ ସକାଳ ଘ ୮ଣ୍ଟା ସମୟରେ ନିକଟସ୍ଥ ଜଙ୍ଗଲପାର୍ଶ୍ୱରେ ଛେଳି ଚରାଉ ଥିବା ସମୟରେ ଦୁଇ ଗୋଟି ଭାଲୁଙ୍କ ଆକ୍ରମଣର ଶିକାରହୋଇ ଗୁରୁତର ହୋଇପଡ଼ିଥିଲେ । ବିଲ ବାଡ଼ି ଯିବା ଲୋକଙ୍କ ଦ୍ଵାରା ଉଦ୍ଧାର ହୋଇ ତୁରନ୍ତ ଚିକିତ୍ସା ନିମନ୍ତେ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଗୁରୁତର କ୍ଷତ ସୃଷ୍ଟି ହୋଇଥିବା ଯୋଗୁଁ, ଉଚ୍ଚ ଚିକିତ୍ସା ନିମନ୍ତେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଗୋପାଳ ଏକ ମାତ୍ରଘରର ରୋଜଗାର କ୍ଷମ ବ୍ୟକ୍ତି ଥିବାବେଳେ ଏବେ ତାର ଚିକିତ୍ସା ନିମନ୍ତେ ଆର୍ଥିକ ଅଭାବ ସ୍ତ୍ରୀ କେମେ ମାଝୀଙ୍କ ପାଇଁ ଚାରିଦିଗ ଅନ୍ଧାର ହୋଇପଡିଛି । ଖବର ପାଇ ଜୟପାଟଣା ଫରେଷ୍ଟର ପାର୍ଥବ ମାଝି, ଆବଶ୍ୟକୀୟ ଚିକିତ୍ସା ଓ ସରକାରୀ ସହାୟତା ପାଇଁ ବିଭାଗୀୟ କତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରକାଶ କରିଛନ୍ତି । ସରକାର ଗରିବ ଗୋପାଳ ପ୍ରତି ସୁଦୃଷ୍ଟି ଦେଇ ଆବଶ୍ୟକୀୟ ସରକାରୀ ସହାୟତାର ବ୍ୟବସ୍ଥା ପାଇଁ ଗ୍ରାମବାସୀ ଆଶା ଓ ଦୃଢ଼ ବିଶ୍ୱାସ ରଖିଛନ୍ତି ।
