ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସଡକ ସୁରକ୍ଷା ସଚେତନତା ଶୋଭାଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସଡକ ସୁରକ୍ଷା ସଚେତନତା ଶୋଭାଯାତ୍ରା ପୋଲିସ ଷ୍ଟେସନ ଛକରୁ ବାହାରି ସହର ପରିକ୍ରମଣ କରି ଡ୍ରାଇଭିଙ୍ଗ ଟ୍ରାକ ପଡିଆରେ ପହଞ୍ଚିଥିଲା । ଏହି ଶୋଭାଯାତ୍ରାରେ ସହରର ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ଆଞ୍ଚଳିକ ପରିବହନ ଅଧିକାରୀ ମାନସ ମିଶ୍ର, ମୋଟର ଯାନ ନିରିକ୍ଷକ ଗୌରହରି ହାଂସଦା, ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ କିଶୋର କୁମାର ଦେ, କନିଷ୍ଠ ମୋଟର ଯାନ ନିରିକ୍ଷକ ପ୍ରଶାନ୍ତ କୁମାର ପାଢୀ, ଟିଆଇ ଯଶୋବନ୍ତ ଚିନାରା ସହ କାର୍ୟ୍ୟାଳୟର ସମସ୍ତ କର୍ମଚାରୀ ଓ ମୋଣ୍ଟେଶ୍ବରୀ ସ୍କୁଲର ଅଧ୍ୟକ୍ଷ ରବିଚନ୍ଦ୍ର ଉଦଗାତା ପ୍ରମୁଖ ଉପସ୍ଥିତ ଥାଇ ଛାତ୍ରଛାତ୍ରୀମାନେ ସଡକରେ ଯାଉଥିବା ଗାଡି ଚାଳକ ଭାଇମାନଙ୍କୁ ହାତରେ ରାଖି ବାନ୍ଧି ସଡକ ନିୟମ ମାନି ଗାଡି ଚାଳନା କରିବାକୁ ସଚେତନ କରାଇଥିଲେ । ଏହି ରାଲିରେ ପୋଲିସ କର୍ମଚାରୀ ମଧ୍ୟ ସଚେତନ କରିବା ସହ ଟ୍ରାଫିକ ନିୟନ୍ତ୍ରଣ କରିଥିଲେ ।

Leave A Reply

Your email address will not be published.