csstore

ଝରିଆଲରେ ବିଶ୍ୱ ଆଦିବାସୀ ଦିବସ ପାଳିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ରାଣୀପୁର ଝରିଆଲ ସ୍ଥିତ ଝରିଆଲ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ କନ୍ଧ ସମାଜ ଯୁବ ସଂଗଠନ ବଲାଙ୍ଗିରଙ୍କ ଆହ୍ୱାନ କ୍ରମେ ସଂଗଠନର ଜିଲ୍ଲା ସଭାପତିଙ୍କ ସଭାପତିତ୍ୱରେ ଜିଲ୍ଲାସ୍ତରୀୟ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ପ୍ରଥମେ ମା’ ଇଷ୍ଟଦେବୀ ଜାଡେନଙ୍କୁ ପୂଜାର୍ଚ୍ଚନା କରି ଗ୍ରାମ ପରିକ୍ରମା କରାଯାଇଥିଲା । ମୁଖ୍ୟ ଅତିଥି ଭାବରେ ବୌଦ୍ଧ ଜିଲ୍ଲା ସଭାପତି ଡମ୍ବରୁଧର କୁଆଁର, ମୁଖ୍ୟବକ୍ତା ଭାବରେ ସମ୍ବଲପୁର ନାରୀ ନେତ୍ରୀ ସବିତା ପାତ୍ର ଏବଂ ସହ ବକ୍ତା ନାରୀ ନେତ୍ରୀ ସେବତୀ ଭୋଇ ସୈତାଳ ବ୍ଲକ ଉପସ୍ଥିତ ରହି ସମାଜରେ ନାରୀ ମାନଙ୍କର ଭୂମିକା ବିଷୟରେ ଆଲୋକପାତ କରିଥିଲେ । ଜଳ, ଜଙ୍ଗଲ, ଜମି, ପ୍ରଥା, ପରମ୍ପରା ବଞ୍ଚି ରହିଲେ ଏବଂ ସମାଜର ଅନ୍ତିମ ଧାଡିରେ ଠିଆ ହୋଇଥିବା ବ୍ୟକ୍ତିଙ୍କ ପାଖକୁ ସାମାଜିକ ମୌଳିକ ସୁବିଧା ପହଂଚି ପାରିଲେ ହିଁ ସମାଜର ଅଗ୍ରଗତି ହେବ ବୋଲି ମତ ବ୍ୟକ୍ତ କରିଥିଲେ । ଓଡିଶା ସରକାର ସବୁ କ୍ଷେତ୍ରରେ ଆଦିବାସୀ ମାନଂକର ହକ ଅଧିକାର ଏବଂ ଆଦିବାସୀ ମାନଙ୍କର ଦେବୀ ଗୁଡ଼ି, ଦେବୀ ପୀଠର ସୁରକ୍ଷା କରିବା ସାଙ୍ଗେ ସାଙ୍ଗେ ବିକାଶ ନାଁରେ ଆଦିବାସୀ ମାନଙ୍କୁ ବିସ୍ଥାପିତ କରିବା ବନ୍ଦ କରନ୍ତୁ ବୋଲି ଉଦବେଗ ପ୍ରକାଶ କରି ନିୟମଗିରି ଡ଼ଙ୍ଗରିଆ କନ୍ଧ ମାନଂକୁ ମିଛ କେସ୍‌ରେ ଫସା ନଯାଉ ବୋଲି ମତାମତ ଦେଇଥିଲେ । ଏହା ବ୍ୟତୀତ ଯୁବ ସଂଗଠନର ସମସ୍ତ ବ୍ଲକ ସଭାପତି କୁବେର ଭୋଇ, ଖୁସିରାମ ଯାନୀ, ଚିତ୍ରସେନ ଭୋଇ, ଜୟ ଗୋପଳ ଭୋଇ, ଉମାକାନ୍ତ ଭୋଇ, ଟିଟିଲାଗଡ଼ ସୁରେଶ ଭୋଇ, ନନ୍ଦିକିଶୋର ମାଝୀ, ମିନିକେତନ ପାତ୍ର, ନୀଳାଞ୍ଚଳ ଭୋଇ, ଶ୍ରୀକର ମାଝୀ ମଞ୍ଚାସୀନ ଅତିଥି ଥିବାବେଳେ ଦୁଇ ଜଣ କନ୍ଧ ସଂସ୍କୃତି ଗବେଷକ ଡ଼. ନାରାୟଣ ମିଶ୍ର ଏବଂ କନ୍ଧାନ ଗୀତିକାର ଗାୟକର ସୁଦର୍ଶନ ଦୀପଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା । ସଭାକୁ ସଂଗଠନର ସମ୍ପାଦକ ଡିଙ୍ଗର ଭୋଇ ସଂଚାଳନ କରିଥିବା ଏବଂ ସହ ସମ୍ପାଦକ ଡମ୍ବରୁ କୁଆଁର ଧନ୍ୟବାଦ ଅର୍ପଣ କରିବା ସହ ସଭାକୁ ସାଙ୍ଗ କରିଥିଲେ ।

jayashree
Leave A Reply

Your email address will not be published.