csstore

ନରେନ୍ଦ୍ର କବାଟଙ୍କ ବିୟୋଗରେ ବରିଷ୍ଠ ନାଗରିକ ମଂଚ ତରଫରୁ ଶ୍ରଦ୍ଧାଞ୍ଜଳି ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ବରିଷ୍ଠ ନାଗରିକ ମଂଚ ତରଫରୁ ନରେନ୍ଦ୍ର କବାଟଙ୍କ ବିୟୋଗରେ ସ୍ଥାନୀୟ ଜେ.ଏସ୍‌.ଏମ୍‌ କଲେଜ ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ କବାଟ ବାବୁଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ମଂଚର ପୂର୍ବତନ ମୁଖ୍ୟ ଉପଦେଷ୍ଟା ସୁଧାଂଶୁ ଶେଖର ଦର୍ଜି ପ୍ରଦୀପ ପ୍ରଜ୍ଜଳନ ଓ ପୁଷ୍ପମାଲ୍ୟ ତାଙ୍କ ଫଟୋଚିତ୍ରରେ ପ୍ରଦାନ କରିଥିଲେ । ପ୍ରକାଶ ଥାଉ କି ସେ ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଭୁର୍ଷିପାଲି ଗ୍ରାମରେ ୧୯୬୦ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ୬ ଭାଇ ଓ ୩ ଭଉଣୀଙ୍କ ମଧ୍ୟରେ ସେ ଥିଲେ ଅନ୍ୟତମ । ସରକାରୀ ଚାକିରୀରୁ ଅବସର ନେବା ପରେ ସେ ବରିଷ୍ଠ ନାଗରିକ ମଂଚରେ ସଦସ୍ୟତା ଗ୍ରହଣ କରିଥିଲେ । ୨୦୨୧ରୁ ୨୦୨୫ ମସିହା ପର୍ଯ୍ୟନ୍ତ କୋଷାଧ୍ୟକ୍ଷ ଓ ବର୍ତ୍ତମାନ ସେ କାର୍ଯ୍ୟାଳୟ ସଂପାଦକ ଭାବରେ ଦାୟିତ୍ୱ ସଂପାଦନ କରିଆସୁଥିଲେ । ମଂଚର ମୁଖ୍ୟ ଉପଦେଷ୍ଟା ନାରାୟଣ ପାଢୀ, ସଭାପତି ପ୍ରଭାକର ମିଶ୍ର, ସାଧାରଣ ସଂପାଦକ କପିଳେଶ୍ୱର ଖମାରୀ, କୋଷାଧ୍ୟକ୍ଷ ଚୁୁଡେନ୍ଦ୍ର କୁମାର ବେହେରା, ସଂଗଠନ ସଂପାଦକ ବିନୟ କୁମାର ମିଶ୍ର, ସୁନିଲ ଚନ୍ଦ୍ର ବିଶ୍ୱାଲ, ସଦସ୍ୟ ତଥା ଉପଦେଷ୍ଟାମାନେ ସୁରେନ୍ଦ୍ର ନେଗୀ, ଅଚ୍ୟୁତାନନ୍ଦ ବହିଦାର, ଧନଞ୍ଜୟ ମିଶ୍ର, ପୂର୍ଣ୍ଣଚନ୍ଦ୍ର ମେହେର, ଦୁର୍ଗା ପ୍ରସାଦ ହୋତା, ଅଶୋକ କୁମାର ମିଶ୍ର, ଡା. ଯୁଗଳ କିଶୋର ମେହେର, ଛାୟାକାନ୍ତ ସାହୁ, ଦାମୋଦର ଓତା, ଡା. ପ୍ରମୋଦ କୁମାର ମିଶ୍ର, ଅଶୋକ କୁମାର ଚାନ୍ଦ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

jayashree
Leave A Reply

Your email address will not be published.