ବିପଦ ସଙ୍କୁଳ ଅବସ୍ଥାରେ ଜାମସେଠ ହାଇସ୍କୁଲ

  • ଫାଟକ ସମ୍ମୁଖରେ ଯାଇଛି ୩୩ କେଭି ମୁକୁଳା ତାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଜାମସେଠ ହାଇସ୍କୁଲ ମୁଖ୍ୟ ଫାଟକ ଉପରେ ବିପଦ ସଙ୍କୁଳ ଅବସ୍ଥାରେ ୩୩ କେଭି ମୁକୁଳା ତାର ଯାଇଛି ଓ ଖୁଣ୍ଟ ମଧ୍ୟ ପୋତା ଯାଇଛି । ଯାହାଫଳରେ ଛାତ୍ରଛାତ୍ରୀମାନେ ସେହି ବାଟରେ ଯିବା ଆସିବାରେ ବିପଦ ଅବସ୍ଥା ସୃଷ୍‌ଷ୍ଟି ହୋଇଛି । ଖେଳ ପଡ଼ିଆରେ ମଧ୍ୟ ଖୁମ୍ବ ଗୁଡିକ ପୋତା ଯାଇଛି । ଯାହାଫଳରେ ଖେଳିବା ସମୟରେ ମଧ୍ୟ ବିପଦ ସୃଷ୍ଟି ହେଉଛି । କେବେ କୌଣସି ସମୟରେ ଯଦି ବିପଦ ଘଟେ ବିଦ୍ୟୁତ ବିଭାଗ ଦାୟୀ ରହିବ ବୋଲି କୁହାଯାଉଛି । ବିଦ୍ୟାଳୟକୁ ଯୋଗାଯୋଗ କରୁଥିବା ବାଇପାସ ରାସ୍ତା ଜବର ଦଖଲକାରୀଙ୍କ କବଜାରେ ରହିଇଥିବା ମଧ୍ୟ ଅଭିଯୋଗ ହେଉଛି । ପୁନଶ୍ଚ ବିଦ୍ୟାଳୟ ପରିସରରେ ପଡିରହିଥିବା ପରିତ୍ୟକ୍ତ ଘରଗୁଡିକରେ ସନ୍ତସନ୍ତିଆ ରହୁଥିବାରୁ ମଶା, ବେଙ୍ଗ, ସାପ ତଥା ହିଂସ୍ରଜନ୍ତୁଙ୍କ ଆଶ୍ରୟ ସ୍ଥଳୀ ପାଲଟିଛି । ଯେହେତୁ ସରକାର ଉକ୍ତ ଜମିକୁ ହସ୍ତାନ୍ତର କରିସାରିଛନ୍ତି ତେଣୁ ପରିତ୍ୟକ୍ତ ଘରଗୁଡିକୁ ଭାଙ୍ଗିବାକୁ ବିଭାଗୀୟ ଅଧିକାରୀଙ୍କୁ ବିଦ୍ୟାଳୟ ପରିଚାଳନା ପରିଷଦ ତଥା ଛାତ୍ରଛାତ୍ରୀମାନେ ଅନୁରୋଧ କରିଛନ୍ତିି । ସେହିପରି ସମ୍ମୁଖରେ ପଡିରହିଥିବା ବିଦ୍ୟୁତ ତାର ଖୁଣ୍ଟ ଓ ଜବରଦଖଲକୁ ହଟାଇବାକୁ କର୍ତ୍ତୃପକ୍ଷଙ୍କୁ ସରପଞ୍ଚ, ବିଦ୍ୟାଳୟ ପରିଚାଳନା ପରିଷଦ ତଥା ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି ।

jittmm
Leave A Reply

Your email address will not be published.