ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସମୂହ କେବଳ ନିଯୁକ୍ତି ଯୋଗ୍ୟ ସ୍ନାତକ ନୁହେଁ, ବରଂ ନୀତିବାନ,ସାମାଜିକ ଦାୟିତ୍ଵବାନ ଏବଂ ବିଶ୍ଵସ୍ତରୀୟ ଦକ୍ଷ ନାଗରିକ ସୃଷ୍ଟି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା କରିବାକୁ ମହାମାନ୍ୟ ରାଜ୍ୟପାଳ ଡ଼ଃ. ହରି ବାବୁ କମ୍ଭବପାଟି ଆହ୍ବାନ ଜଣାଇଛନ୍ତି । ଚଳିତ ଅଗଷ୍ଟ ୯ ତାରିଖ ଦିନ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ୨୬ତମ ସମାବର୍ତ୍ତନ ଉତ୍ସବରେ ପୌରହିତ୍ୟ କରି ରାଜ୍ୟପାଳ ଏହି ଆହ୍ବାନ ଜଣାଇଛନ୍ତି । ଏହି ସମାବର୍ତ୍ତନ ଉତ୍ସବରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ଆମେ ଏପରି ଏକ ଗତିଶୀଳ ପରିବର୍ତ୍ତନର ଯୁଗରେ ଅଛୁ । ଯେତେବେଳେ କି ଆମ ଦେଶ ଭାରତ ପ୍ରଯୁକ୍ତି ବିଦ୍ୟା, ନବସୃଜନ, ମହାକାଶ, ସ୍ବାସ୍ଥ୍ୟ ସେବା ଏବଂ ଶିକ୍ଷା କ୍ଷେତ୍ରରେ ଏକ ବିଶ୍ବସ୍ତରୀୟ ନେତା ଭାବେ ଉଭା ହୋଇଛି । ଜାତୀୟ ଶିକ୍ଷାନୀତି -୨୦୨୦କୁ ଐତିହାସିକ ସଂସ୍କାରମୂଳକ ପଦକ୍ଷେପ ବୋଲି ରାଜ୍ୟପାଳ ବର୍ଣ୍ଣନା କରି ଏହା ଭାରତୀୟ ଲୋକାଚାର ଓ ନୀତିର ମୂଳ ଏବଂ ଏକ ବିଂଶ ଶତାବ୍ଦୀର ଆକଂକ୍ଷା ସହିତ ସମନ୍ୱିତ ଏକ ସାମଗ୍ରିକ ବହୁବିଧ ଶିକ୍ଷା ବ୍ୟବସ୍ଥା ଚିତ୍ରଣ କରେ । ଗଞ୍ଜାମ, ଗଜପତି ଏଵଂ କନ୍ଧମାଳ ଜିଲ୍ଲାରେ ଏହାର ସମ୍ବନ୍ଧିତ ମହାବିଦ୍ୟାଳୟ ଗୁଡ଼ିକର ବ୍ୟାପକ ନେଟୱର୍କ ମାଧ୍ୟମରେ ଜାତୀୟ ଶିକ୍ଷାନୀତି ୨୦୨୦ ର ଲକ୍ଷ୍ୟ ସହିତ ସକ୍ରିୟ ଭାବରେ ସମନୟ ପାଇଁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ପଦକ୍ଷେପକୁ ରାଜ୍ୟପାଳ ପ୍ରଶଂସା କରିଥିଲେ । ଏହି ଅବସରରେ ସ୍ନାତକ ମାନେ ସାହସ ଓ ଦୃଢ଼ତାର ସହିତ ବିଭିନ୍ନ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ଆହ୍ଵାନ ଜଣାଇଥିଲେ । ଏତଦବ୍ୟତୀତ ଅଧ୍ୟାପକ ମାନେ ନବଶୃଜନଶିଳ ଶିକ୍ଷାଦାନ, ପ୍ରଭାବଶାଳୀ ଗବେଷଣା ଦିଗରେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବାକୁ କହିଥିଲେ । ଏହି ସମାବର୍ତ୍ତନ ଉତ୍ସବ ରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦବୋଧନ ଦେଇ କହିଥିଲେ ଯେ, ୨୦୪୭ ସୁଦ୍ଧା ଭାରତ ବିଶ୍ୱର ପ୍ରମୁଖ ଅର୍ଥନୀତି ମଧ୍ୟରୁ ଅନ୍ୟତମ ଭାବେ ଉଭା ହେବ, ଦେଶ କଠିନ ପରିଶ୍ରମ କରି ଆତ୍ମନିର୍ଭରଶିଳ ହୋଇ ପାରିଲେ ଏହି ଦୃଷ୍ଟିକୋଣ ସାକାର ହୋଇ ପାରିବ, ଏହି ଯାତ୍ରାରେ ବିଶ୍ବବିଦ୍ୟାଳୟ ମାନଙ୍କର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ବିଶ୍ଵବିଦ୍ୟାଳୟ ସମୂହ କେବଳ ଡିଗ୍ରୀ ପ୍ରଦାନକାରୀ ସଂସ୍ଥା ନହୋଇ ବିକଶିତ ହେବାକୁ ପଡିବ ଏବଂ ଗବେଷଣା, ନବସୃଜନ ଏବଂ ଦକ୍ଷତା ଆଧାରିତ ଶିକ୍ଷାର ପ୍ରାଣକେନ୍ଦ୍ର ହେବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆହ୍ବାନ ଜଣାଇଥିଲେ ।
ଏହି କାର୍ୟ୍ୟକ୍ରମ ରେ ଓଡ଼ିଶା ସରକରଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ୟ୍ୟବଂଶୀ ସୁରଜ୍, ବ୍ରହ୍ମପୁର ଲୋକସଭା ସଂସଦ ଡ଼ଃ.ପ୍ରଦୀପ ପାଣଗ୍ରାହୀ, ଆସ୍କା ଲୋକସଭା ସାଂସଦ ଅନୀତା ଶୁଭଦର୍ଶନୀ ଏବଂ ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟ ର କୁଳପତି ଗୀତାଞ୍ଜଳି ଦାସ ଉଦବୋଧନ ଦେଇଥିଲେ କ୍ଷ
ଏହି ସମାରୋହରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଓ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରାୟ ମଞ୍ଚାସୀନ ଥିଲେ କ୍ଷ
ଏହି ସମାବର୍ତ୍ତନ ଉତ୍ସବରେ ବିଶିଷ୍ଟ ଆଣବିକ ବିଜ୍ଞାନୀ ମୟୂରଭଞ୍ଜ ଜିଲ୍ଲାର ଡ଼ଃ. ଅଜିତ କୁମାର ମହାନ୍ତି, ବିଶିଷ୍ଟ ପ୍ରତିରକ୍ଷା ବିଜ୍ଞାନୀ କେରଳର ଡ଼ଃ. ଟେସି ଥୋମାସ , ବିଶିଷ୍ଟ ମାଣ୍ଡିଆ ଉତ୍ପାଦ ସଂରକ୍ଷଣ କ୍ଷେତ୍ରରେ ଉଲେଖନୀୟ ସଫଳତା ହାସଲ କରିଥିବା କୋରାପୁଟ ଜିଲ୍ଲାର ଡ଼ଃ. ରାଇମତି ଘିଉରିଆ ଙ୍କୁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ସମ୍ମାନ ସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କରଯାଇଥିଲା କ୍ଷ
ଏତତବ୍ୟତିତ ୫୨ ଜଣଙ୍କୁ ପି.ଏଚ.ଡି. ୪ଜଣଙ୍କୁ ଡିଲିଟ ଏବଂ ୩୮ଜଣ ଛାତ୍ର ଛାତ୍ରୀ ଙ୍କୁ ସ୍ଵର୍ଣ୍ଣପଦକ ସମ୍ମାନ ଦିଆଯାଇଥିଲା ।
ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ଯୋଗଦାନ ପରେ ମହାମହିମ ରାଜ୍ୟପାଳ ଆଇଜର ବ୍ରହ୍ମପୁର ର ୫ମ ସମାବର୍ତ୍ତନ ଉତ୍ସବ ରେ ଯୋଗଦେଇ କୃତ୍ତି ଛାତ୍ରଛତ୍ରୀମାନଙ୍କୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରିଥିଲେ ।।