ନୃସିଂହନାଥ ପୀଠରେ ଲୋକାର୍ପଣ ସମାରୋହ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ରୁ ପ୍ରକାଶ ପାଉଥିବା ସାପ୍ତାହିକ ସମ୍ବାଦପତ୍ର ‘ଗଣ ଇସ୍ତାହାର’ର ୪୫ତମ ଜୟନ୍ତୀ ସଂଖ୍ୟା ପବିତ୍ର ନୃସିଂହନାଥ ପୀଠରେ ଲୋକାର୍ପିତ ହୋଇଯାଇଛି । ପତ୍ରିକାର ସମ୍ପାଦକ ପ୍ରସନ୍ନ କୁମାର ମିଶ୍ର ଜୟନ୍ତୀ ସଂଖ୍ୟାକୁ ପ୍ରଥମ ସ୍ଵାଧୀନତା ସଂଗ୍ରାମର ସ୍ମୃତିରେ ଉତ୍ସର୍ଗିତ କରାଯାଇ ବରଗଡ଼ ଜିଲ୍ଲାର ଯୋଗଦାନ ଉପରେ ସଂଖ୍ୟାଟି ସଂକଳିତ ହୋଇଥିବା ସୂଚନା ଦେଇଥିଲେ । ମୁଖ୍ୟଅତିଥି ପଦ୍ମପୁରର ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ ସାମ୍ବାଦିକ ମାନଙ୍କ ଦାୟିତ୍ଵ ଓ କର୍ତ୍ତବ୍ୟ ସାଙ୍ଗକୁ ମାଆ ମାଟିର ଗୌରବାବହ ଐତିହ୍ୟ ଓ ସଂସ୍କୃତିର ସୁରକ୍ଷା ଉପରେ ଗୁରୁତ୍ଵାରୋପ କରିଥିଲେ । ମମତା ମିଶ୍ର ଓ ଜୟଶ୍ରୀ ଶତପଥୀ ପ୍ରଭୁ ନୃସିଂହନାଥଙ୍କୁ ପତ୍ରିକା ଅର୍ପଣ ପୂର୍ବକ ଦୀପ ଭୋଗ ସହ ପୂଜା ସମର୍ପି ଅଞ୍ଚଳବାସୀଙ୍କ ସୁଖଶାନ୍ତି ପାଇଁ ପ୍ରାର୍ଥନା କରିଥିଲେ । ସାମ୍ବାଦିକ ନିରୋଜ ପାଣୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଆୟୁର୍ବେଦ ମହାବିଦ୍ୟାଳୟର ଅଧ୍ୟକ୍ଷ ମନୋଜ ତ୍ରିବେଦୀ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ,ବରିଷ୍ଠ ବିଜେପି ନେତା ଗୋବର୍ଦ୍ଧନ ଅଗ୍ରୱାଲ, ଯୁବନେତା ସରୋଜ ସାମଲ, ବରତୁଣ୍ତା ପୂର୍ବତନ ସରପଞ୍ଚ ଗଜରାଜ ସିଂ ପୁଟା, ସାମ୍ବାଦିକ ବଡ ଶତପଥି, ପାଇକମାଲ ବ୍ଲକ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିନୋଦ କାଲିଆ, ସମାଜସେବୀ ମହେନ୍ଦ୍ର ଖୁଣ୍ଟିଆ, ମାନସ ନାୟକ, ସୁବୋଧ ପଣ୍ତା, ରୋହିତ ଅଗ୍ରୱାଲ, ନିଲେଶ ଅଗ୍ରୱାଲ ପ୍ରମୁଖ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.