ନୃସିଂହନାଥ ବୃଦ୍ଧାଶ୍ରମରେ ରକ୍ଷା ବନ୍ଧନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ପୀଠରେ ଥିବା ବୃଦ୍ଧାଶ୍ରମରେ ଅନ୍ତେବାସୀଙ୍କ ମଧ୍ୟରେ ଭାଇଭଉଣୀର ପବିତ୍ର ସମ୍ପର୍କ ଭିତତ୍‌ତ୍ତିରେ ନିଆରା ପରମ୍ପରାରେ ରକ୍ଷା ବନ୍ଧନ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସାଂସଦଙ୍କ ବଡ଼ଭାଇ ଗିରିଧାରୀ ପୁରୋହିତ ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କର୍ମୁ ବିଶ୍ୱାଳଙ୍କୁ ଅନ୍ତେବାସୀମାନେ ରାକ୍ଷୀ ବାନ୍ଧି ସହଯୋଗର ପ୍ରତିଶ୍ରୁତି କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବୃଦ୍ଧାଶ୍ରମ ସଭାପତି ଡ. ବୁଲୁ ବାରିକ, ଯୋଗେନ୍ଦ୍ର ଭୋଇ, ସୁମିତ ତ୍ରିବେଦୀ, ଏମ୍‌ଡି ରାଜା, ପିଣ୍ଟୁ ଭୋଇ, ପ୍ରତାପ ତାଣ୍ଡି ପ୍ରମୁଖ ସାମିଲ ହୋଇଥିଲେ । ସେହିପରି ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ତରଫରୁ ପାଇକମାଲ ସେଣ୍ଟରରେ ସଞ୍ଚାଳିକା ବ୍ରହ୍ମା କୁମାରୀ ମୀରା ଭଉଣୀଙ୍କ ତତ୍ତ୍ଵାବଧାନରେ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାଇକମାଲ ସେଣ୍ଟର ଓ ମାଣ୍ଡୋସିଲର ବ୍ରହ୍ମା କୁମାର ବ୍ରହ୍ମା କୁମାରୀ ଭାଇଭଉଣୀମାନେ ଯୋଗଦେଇଥିଲେ ।

jittmm
Leave A Reply

Your email address will not be published.