ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ବାର୍ଷିକୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୦ ସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ୧୫ତମ ବାର୍ଷିକୋତ୍ସବ ନିଜସ୍ଵ କାର୍ଯ୍ୟାଳୟ ବିଶ୍ୱ ପରିବର୍ତ୍ତନ ଭବନଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ବିକେ ସ୍ୱେତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆରଏସପିର ପ୍ରାକ୍ତନ ମୁଖ୍ୟ ମହାପ୍ରବନ୍ଧକ ପ୍ରତାପ କୁମାର ସ୍ୱାଇଁ ମୁଖ୍ୟଅତିଥି ଓ ପ୍ରାକ୍ତନ ମହାପ୍ରବନ୍ଧକ ଡ଼ଃ ଶକ୍ତିପ୍ରସାଦ ସାମନ୍ତରାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଶ୍ୱବିଦ୍ୟାଳୟରର କାର୍ଯ୍ୟ, ଆଭିମୁଖ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ବିକେ ସ୍ୱେତା ତାଙ୍କ ବକ୍ତବ୍ୟରେ ବିଶ୍ୱ ପରିବର୍ତ୍ତନ ପାଇଁ ମଣିଷକୁ ୫ଟି ବିକାରରୁ ମୁକ୍ତ କରି ଦେବତୁଲ୍ୟ କରିବା ପାଇଁ ପ୍ରୟାସ ଜାରି ରହିଛି ବୋଲି କହିଥିଲେ । ଏହି ଅବସରରେ ଉପସ୍ଥିତ ସାମ୍ବାଦିକମାନଙ୍କୁ ଅନୁଷ୍ଠାନ ତରଫରୁ ରାକ୍ଷୀ ବନ୍ଧନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ, ବିରମିତ୍ରପୁର, ରାଜଗାଙ୍ଗପୁର, ବଣେଇ, ତଥା ରାଉରକେଲାର ବିଭିନ୍ନ ଶାଖା କୋଏଲ ନଗର, ବାସନ୍ତୀ କଲୋନୀ, ଛେଣ୍ଡରୁ ପ୍ରାୟ ୫ଶହରୁ ଅଧିକ ଭାଇଭଉଣୀ ଯୋଗଦେଇଥିଲେ । ଶେଷରେ ବିକେ ଅଞ୍ଜଳି ଧନ୍ୟବାଦ ଅର୍ପଣ କରିଥିଲେ । ବିକେ ବବିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିକେ ଅମୂଲ୍ୟ ଚକ୍ର, ବିକେ ବିଜୟ ଦାସ, ବିକେ ସୁଦାମ, ବିକେ ରାଜକିଶୋର, ବିକେ ଭାରତୀ, ବିକେ ଗୈ।ରୀ, ବିକେ କାଳିଚରଣ, ବିକେ ବୈକୁଣ୍ଠ, ବିକେ ସୁଷମା, ବିକେ ରଞ୍ଜୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସମସ୍ତଙ୍କ ମଧ୍ୟରେ ପ୍ରସାଦ ବିତରଣ କରାଯାଇଥିଲା ।

jittmm
Leave A Reply

Your email address will not be published.