csstore

ଦନ୍ଦରା ପଞ୍ଚସଖା ବୋଲବମ ପକ୍ଷରୁ ହରିଶଙ୍କରରୁ ବଙ୍ଗୋମୁଣ୍ଡା ପର୍ଯ୍ୟନ୍ତ ପଦଯାତ୍ରା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଡଙ୍ଗରପଡ଼ା ପଞ୍ଚାୟତ ଦନ୍ଦରା ଗ୍ରାମର ପଞ୍ଚସଖା ବୋଲବମ୍ ପକ୍ଷରୁ ହରିଶଙ୍କର ତୀର୍ଥକ୍ଷେତ୍ରରୁ ଜଳାଭିଷେକ ପାଇଁ ବଙ୍ଗୋମୁଣ୍ଡା ପର୍ଯ୍ୟନ୍ତ ପଦଯାତ୍ରା କରାଯାଉଛି । ପବିତ୍ର ଶ୍ରାବଣ ମାସରେ ଶ୍ରୀ ଶ୍ରୀ ମହାଦେବଙ୍କୁ ନିଷ୍ଠାର ସହ ପୂଜାର୍ଚ୍ଚନା ତଥା ଜଳ ଢ଼ାଳିଲେ ସମସ୍ତ ପ୍ରକାରର ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଶନିବାର ଶ୍ରାବଣ ପୂର୍ଣ୍ଣିମାରେ ସ୍ଥାନୀୟ ଶିବ ମନ୍ଦିରରେ ଜଳାଭିଷେକ ସହ ଏହି ବୋଲବମ୍ ଯାତ୍ରା ଉଦଯାପିତ ହେବ ବୋଲି ଜଣାପଡିଛି । ଏହି ଜଳାଭିଷେକ କାର୍ଯ୍ୟକ୍ରମରେ ଦନ୍ଦରା ପଞ୍ଚସଖା ବୋଲବମ୍ ଦଳର ସଦାଶିବ, ବିନାୟକ, ରୋଶନ, କୈଳାଶ, ରଂଜିତ, ଡୋଲାମଣୀ, ଶୁଭମ, ସୁଦର, ହରିଶ, ସୁଦାମ, ରଞ୍ଜନ, ଶିବା, ରବି, ଶାନ୍ତନୁ (ସେବା )ସଦାନନ୍ଦ,ସୁମନ, ଉପେନ୍ଦ୍ର, ଜିତେନ୍, ଜେମାନ, ଝୁଲୁ, ରାଇଧର, କେଦାର, ହୃଦା, ସାଗର, ସୁଦାମ, ଆୟୁଷ ପ୍ରମୁଖ ଭକ୍ତ ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.