ଟାର୍ଗେଟ୍ କରି ୧୦ କିଲୋ ଓଜନର ଲ୍ୟାଣ୍ଡ ମାଇନ ଖଞ୍ଜିଥିଲେ ମାଓବାଦୀ : ଯବାନ କଲେ ନି‌ଷ୍କ୍ରିୟ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡରେ ମାଓବାଦୀ ଓ ସୁରକ୍ଷା କର୍ମୀ‌ଙ୍କ ମଧ୍ୟରେ ରୀତୀମତ ଭାବେ ସଂଘର୍ଷ ଲାଗି ରହିଥିବା ବେଳେ ଆଜି ମାଲକାନଗିରି ସୀମାନ୍ତ ଚିନ୍ତଲନାର ବଂଗାଲିପାରା ଗାଁ ଦେଇ ଯାଇଥିବା ମୁଖ୍ୟ ରାସ୍ତାରେ ପୋଲିସକୁ ଟାର୍ଗେଟ୍ କରି ମାଓବାଦୀମାନେ ୧୦ କିଲୋ ଓଜନର ଲ୍ୟାଣ୍ଡ ମାଇନ ଖଞ୍ଜିଥିଲେ । ତେବେ ୨୨୩ ବାଟାଲିୟନର ଯବାନମାନେ ସାହସିକତାର ସହିତ ନିଷ୍କ୍ରିୟ କରିଛନ୍ତି ୧୦ କିଲୋ ଓଜନର ଲ୍ୟାଣ୍ଡ ମାଇନକୁ । ଫଳରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ୩୦ ଜଣ ଯବାନ । ଘଟଣା ଘଟିବା ପରେ ପୋଲିସ ପକ୍ଷରୁ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି ।

Leave A Reply

Your email address will not be published.