csstore

ଟ୍ରେନ୍‌ଯାତ୍ରୀଙ୍କୁ ସୁରକ୍ଷା ଦେବାକୁ କର୍ମଚାରୀ ପ୍ରସ୍ତୁତ, ଆରମ୍ଭ ହେଲା ମକଡ୍ରିଲ୍

ବଲାଙ୍ଗୀର : ଦୁର୍ଘଟଣାରୁ କିପରି ରକ୍ଷା ପାଇବେ ଟ୍ରେନ୍ ଯାତ୍ରୀମାନେ ? ଉଦ୍ଧାରକାରୀ ଟିମ୍‌ କିଭଳି ଶୀଘ୍ର ଆହତମାନଙ୍କ ନିକଟରେ ପହଞ୍ଚିବେ ? ଏ ନେଇ ଗୁରୁବାର ବଲାଙ୍ଗୀର ରେଳ ଷ୍ଟେସନ୍‌ ଠାରେ ଯୁଗ୍ମ ପ୍ରାକୃତିକ ବିପର୍ଯ୍ୟୟ ମକଡ୍ରିଲ୍ ଆୟୋଜିତ ହୋଇଛି । ସମ୍ବଲପୁର ଡିଆର୍‌ ଏମ୍‌ ପ୍ରଦୀପ କୁମାରଙ୍କ ନେତୃତ୍ୱରେ ଆୟୋଜିତ ମକଡ୍ରିଲରେ ରେଳ ବିଭାଗର ଅପରେସନ୍, ଟେକ୍ନିକାଲ, ଇଞ୍ଜିନିୟରିଂ, ସିଗ୍‌ନାଲ ଭଳି ୧୪ଟି ବିଭାଗ ସମେତ ଏନ୍‌ଡିଆର୍‌ଏଫ, ଓଡ୍ରାଫ, ଆର୍‌ପିଏଫ, ଅଗ୍ନିଶମ, ସ୍ଥାନୀୟ ପୁଲିସ, ଆର୍‌ପିଏଫ୍‌ ଡିଜାଷ୍ଟର ସ୍କ୍ୱାର୍ଡ, ରେଲୱେ ମେଡିକାଲ ଟିମ୍‌, ରେଲୱେ ରିଲିଫ ଟିମ୍, ସ୍କାଉଟ ଗାଇଡ୍‌ ପ୍ରଶିକ୍ଷାର୍ଥୀମାନେ ସାମିଲ ଥିଲେ । ଆକସ୍ମିକ ଦୁର୍ଘଟଣା ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିଭଳି ସୁରକ୍ଷା ଏବଂ ଉଦ୍ଧାର କାର୍ଯ୍ୟ କରାଯାଇଥାଏ, ସେନେଇ ଏକ ମକଡ୍ରିଲ କରାଯାଇଥିଲା ।

jayashree
Leave A Reply

Your email address will not be published.