ସମ୍ବଲପୁରୀ ଗଣବେଶ ପାଇଁ ଅଞ୍ଚଳ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ପାଖରେ ଏବିଭିପିର ଦାବିପତ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ସମ୍ବଲପୁରୀ ବସ୍ତ୍ରକୁ ନେଇ ପଦ୍ମପୁରରେ ବଢୁଛି ଚାହିଦା । ଗତ ଶନିବାର ଦିନ ବୋଡ଼ାସମ୍ବର ମେହେର (ଭୁଲିଆ) ଯୁବାମଞ୍ଚ ତରଫରୁ ଅଞ୍ଚଳ ମହା ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ସମ୍ବଲପୁରୀ ଗଣବେଶ ଲାଗୁ କରିବା ପାଇଁ ଅନୁରୋଧ କରାଯାଇଥିଲା । ତେବେ ସେହି ବିଷୟ ଆଉ ଗୋଟିଏ ପାହାଚ ଆଗେଇଛି । ଏ ସଂକ୍ରାନ୍ତରେ ମଙ୍ଗଳବାର ଦିନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର କାର୍ଯ୍ୟକର୍ତ୍ତାମାନେ ମଧ୍ୟ ଅଞ୍ଚଳ ମହାବିଦ୍ୟାଳୟର ଅଧ୍ୟକ୍ଷ ଖଗେଶ୍ୱର ଦାଶଙ୍କୁ ଭେଟିଥିଲେ । ଭୁଲିଆ ସମାଜର ଯୁବାମଞ୍ଚ ଦ୍ୱାରା ଦିଆ ଯାଇଥିବା ପ୍ରସ୍ତାବର ସମର୍ଥନରେ ଏବିଭିପି ମଧ୍ୟ ଆଗାମୀ ବର୍ଷରୁ +୨ ଓ +୩ ର ଗଣବେଶକୁ ସମ୍ବଲପୁରୀ କରିବା ପାଇଁ ଅନୁରୋଧ କରିଛି । ଏବିଭିପିର ଏହି ପଦକ୍ଷେପକୁ ଅଞ୍ଚଳ ମହା ବିଦ୍ୟାଳୟର ଛାତ୍ରଛାତ୍ରୀ ମଧ୍ୟ ବହୁ ସଂଖ୍ୟାରେ ସମର୍ଥନ ଜଣାଉଛନ୍ତି । ଏହା ସହ ପଦ୍ମପୁର ଅଞ୍ଚଳର ଜନସାଧାରଣ ମଧ୍ୟ ଏଭଳି ଏକ ପ୍ରସ୍ତାବର ଭୁୟସୀ ପ୍ରଶଂସା କରୁଥିବାର ଦେଖାଯାଉଛି । ଅଧ୍ୟକ୍ଷ ଶ୍ରୀ ଦାଶ ମଧ୍ୟ ଏହାକୁ ଖୁସିରେ ଗ୍ରହଣ କରି କାର୍ଯ୍ୟକାରୀ କରିବା ପାଇଁ ମତ ରଖିଛନ୍ତି । ଏବିଭିପିର ନଗର ସମ୍ପାଦକ ପ୍ରତ୍ୟୁଷ କୁମାର ଦାସଙ୍କ ନେତୃତ୍ୱରେ ଅଞ୍ଚଳ ମହାବିଦ୍ୟାଳୟ ଶାଖାର ଉପସଭାପତି ବାଦଲ ମେହେର ତଥା ଅନେକ କାର୍ଯ୍ୟକର୍ତ୍ତା କଲେଜ କର୍ତ୍ତୃପକ୍ଷଙ୍କ ପାଖକୁ ଯାଇ ଏହି ବିଷୟରେ ଆଲୋଚନା କରିଥିଲେ ।

jittmm
Leave A Reply

Your email address will not be published.