csstore

ଦ୍ୱିତୀୟ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଚଳିତ ଶିକ୍ଷା ବର୍ଷର ଦ୍ଵିତୀୟ କ୍ଲଷ୍ଟର ସ୍ତରୀୟ ବୈଠକ ଅପାମରା ସ୍ଥିତ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ନିବେଦିତା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବଡ଼ବନ୍ଧ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଜଗଦୀଶ ପଧାନ ଆର ପି ଭାବେ ଯୋଗଦେଇଥିଲେ । ବୈଠକରେ ଶିଶୁ ବାଟିକା, ଅଗଷ୍ଟ ମାସର ଶୈକ୍ଷିକ କ୍ୟାଲେଣ୍ଡର, ବହୁ ଶ୍ରେଣୀ ପରିଚାଳନା, ନମୁନା ପାଠଟିକା, ପ୍ରଗତି ପତ୍ର ଆଦି ବିଷୟରେ ଆଲୋଚନା ହୋଇଥିଲା । ବୈଠକରେ ଦେବାନନ୍ଦ ନିଷାଦ, ମଧୁମିତା ଅଲତିଆ, ଦିଲିପ ପଧାନ, ହୋଲିଶ୍ୱର ଧାରୁଆ, ଜ୍ୟୋତିଲାଲ ସାହୁ, ସୁଶାନ୍ତ ସାହୁ, କୈଳାସ ଚନ୍ଦ୍ର ଭୋଇ, ମିକି ଭୋଇ, ଅଶ୍ୱିନୀ ନାଏକ, ମଧୁସୂଦନ ଭୋଇ, ଆଲୋକିନୀ ପଧାନ, ସୁଜିତ କୁମାର ମିଶ୍ର, ତୃପ୍ତିମୟୀ ପଧାନ, ପ୍ରଭୁତି ଯୋଗଦେଇଥିଲେ । ଶେଷରେ ସହକାରୀ ଶିକ୍ଷକ ବିନାୟକ ଥନାପତି ଧନ୍ୟବାଦ ଅର୍ପଣ କରିଥିଲେ ।
ଝରବକ୍ସମଷ କ୍ଟଦ୍ଭ ଙ୍ଗରଭ

jayashree
Leave A Reply

Your email address will not be published.