ବଲାଙ୍ଗିର, (ଦେବାଶିଷ ମିଶ୍ର) : କୋଲକତାର ନେତାଜୀ ଇନ୍ଡୋର ଷ୍ଟାଡିୟମଠାରେ ୯ତମ ଆନ୍ତର୍ଜାତିକ କରାଟେ ପ୍ରତିଯୋଗିତା ହାଂସି ପ୍ରେମଜିତ ସେନଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଥିଲା । ଏହି ପ୍ରତିଯୋଗିତାରେ ଭାରତ ଦେଶ ସହିତ ଅନ୍ୟ ୮ଟି ଦେଶରୁ ୭୦୦୦ରୁ ଅଧିକ କରାଟେ ଖେଳାଳି ଅଂଶ ଗ୍ରହଣ କରିଥିଲେ । ପ୍ରତିଯୋଗିତାଟି ୨୫ ରୁ ୨୭ ଜୁଲାଇ ତିନି ଦିନ ଧରି ଖେଳ ହୋଇଥିଲା ବେଳେ ବଲାଙ୍ଗିର ଜିଲ୍ଲାରୁ ବଲାଙ୍ଗିର କରାଟେ ସ୍କୁଲର ୧୭ ଜଣ ଖେଳାଳି ଭାଗ ନେଇ ସର୍ବମୋଟ ୨୬ଟି ପଦକ ହାସଲ କରିଛନ୍ତି । କ୍ରିଷ୍ଣା ନାଏକ ସ୍ୱର୍ଣ୍ଣ ଓ କାଂସ୍ୟ, ପ୍ରତିକ୍ଷା ପୁଟା ସ୍ୱର୍ଣ୍ଣ, ଆୟୁଶି ସିଂ ବାରିକ ସ୍ୱର୍ଣ୍ଣ ଓ କାଂସ୍ୟ, ସ୍ୱଦେଶ ପୁରୋହିତ ରୌପ୍ୟ ଓ କାଂସ୍ୟ, ଲୋକେଶ ବାଗ ସ୍ୱର୍ଣ୍ଣ, ସ୍ୱାଗତ ମେହେର କାଂସ୍ୟ, ଯଶୋବନ୍ତ କୁମ୍ଭାର ସ୍ୱର୍ଣ୍ଣ ଓ କାଂସ୍ୟ, ଜସମିନ ସାହୁ ଦୁଇଟି ସ୍ୱର୍ଣ୍ଣ, ଇଭାନ ପ୍ରଧାନ କାଂସ୍ୟ, ଆନନ୍ଦିନୀ ସାହୁ ସ୍ୱର୍ଣ୍ଣ ଓ କାଂସ୍ୟ, ଅଂଶୁମାନ ଧରୁଆ ସ୍ୱର୍ଣ୍ଣ ଓ ରୌପ୍ୟ, ସଲୈାଶ ବିଶ୍ୱାଲ କାଂସ୍ୟ ଓ ଆରାଧ୍ୟା ସାହୁ ସ୍ୱର୍ଣ୍ଣ, ଚନ୍ଦନ ବାଗ ଦୁଇଟି କାଂସ୍ୟ, ଶ୍ରୀୟା ସାହୁ ସ୍ୱର୍ଣ୍ଣ ଓ କାଂସ୍ୟ, ପଲ୍ଲବି ନାଏକ ଓ ଆୟୁଶ ମେହେର ସ୍ୱର୍ଣ୍ଣ ଓ କାଂସ୍ୟ ପଦକ ହାସଲ କରିଛନ୍ତି । ସର୍ବମୋଟ ୧୩ଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୧୧ଟି କାଂସ୍ୟ ପଦକ । ଆଜି ଅପରାହ୍ନରେ ଦଳ ବଲାଙ୍ଗିର ପହଚିଂବା ଜାଣି କରାଟେ ସ୍କୁଲର ସଭାପତି ସଚିଦାନନ୍ଦ ବାଗ, ସହ-ସଂପାଦକ ତଥା ପ୍ରଶିକ୍ଷକ ଚନ୍ଦ୍ର ଶେଖର ସେଠ ସମସ୍ତ ଅଭିଭାବକ ଓ ଖେଳ ପ୍ରେମି ରେଲ ଷ୍ଟେସନରେ ଭବ୍ୟ ସ୍ୱାଗତ କରିଥିଲେ । ଦଳ ସହିତ ସ୍କୁଲର ମୁଖ୍ୟ ତଥା ସଂପାଦକ ହୃଦୟ ଶବର, ସହ କୋଚ ପୁରୁଷୋତ୍ତମ ବାଗ, ରେଖା ମନହିରା ଓ ମଧୁସୁଦନ ସାହୁ ୨୩ ଜୁଲାଇରେ କୋଲକତା ଯାତ୍ରା କରିଥିଲେ ।
