csstore

ସୂଚନା ଓ ଲୋକ ସମ୍ପର୍କ ବିଭାଗ ଉତ୍ତରାଞ୍ଚଳ : ଉପ ନିର୍ଦ୍ଦେଶକଙ୍କ ବଲାଙ୍ଗିର ଗସ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସୂଚନା ଓ ଲୋକ ସମ୍ପର୍କ ବିଭାଗ ଉତ୍ତରାଞ୍ଚଳ, (ସମ୍ବଲପୁର)ଉପ ନିର୍ଦ୍ଦେଶକ କଲ୍ୟାଣୀ ଦାସ ଆଜି ଦିନିକିଆ ଗସ୍ତରେ ବଲାଙ୍ଗିର ଆସିଥିଲେ । ଏହି ଅବସରରେ ବଲାଙ୍ଗିର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାଜେନ୍ଦ୍ର କୁମାର ମାଝି, କନିଷ୍ଠ ରାଜସ୍ଵ ସହାୟକ ପୁରୁଷୋତ୍ତମ ମୁନା, ଶିକ୍ଷିତ ଚପରାସୀ ସୁରେଶ ଚନ୍ଦ୍ର ପଟେଲ ଓ କେଶବ ବାଗ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । କାର୍ଯ୍ୟାଳୟ ପରିଦର୍ଶନ ତଥା ନିରୀକ୍ଷଣ ପରିପ୍ରେକ୍ଷୀରେ ଉପନିର୍ଦ୍ଦେଶକ ଶ୍ରୀମତୀ ଦାସ କାର୍ଯ୍ୟାଳୟ ସମ୍ପର୍କିତ ବିଭିନ୍ନ ନଥିପତ୍ର, ଫାଇଲ ଓ ରେକର୍ଡସ ଇତ୍ୟାଦି ତନଖି କରିବା ସହ ବିଭିନ୍ନ ବିଷୟରେ ପଚାରି ବୁଝିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ମାଝି ଟିଟିଲାଗଡ, ପାଟଣାଗଡ ତଥା କଣ୍ଟାବାଞ୍ଜି କାର୍ଯ୍ୟାଳୟରେ ଖାଲି ପଡ଼ିଥିବା ପଦବୀ ଗୁଡିକ ପୂରଣ ନିମନ୍ତେ, ସେଠାରେ ଚାଲୁଥିବା କାର୍ଯ୍ୟାଳୟ ତଥା ପାଠାଗାର ସମ୍ବନ୍ଧରେ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ବିଭିନ୍ନ ସମସ୍ୟା ବିଷୟରେ ତା’ଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ଉପନିର୍ଦ୍ଦେଶକ ଏହାର ସମାଧାନ ଦିଗରେ ଉଚ୍ଚ କତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ ପୂର୍ବକ ଆବଶ୍ୟକୀୟ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ ।

jayashree
Leave A Reply

Your email address will not be published.