ପଞ୍ଚଦିବସୀୟ ନିଷ୍ଠା ଅନ୍ତର୍ନିବେଶୀ ଶିକ୍ଷା ଶିକ୍ଷକ ପ୍ରଶିକ୍ଷଣ ଉଦଯାପିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଡୁଙ୍ଗୁରିପାଲି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପଞ୍ଚ ଦିବସୀୟ ନିଷ୍ଠା ଅନ୍ତର୍ନିବେଶୀ ଶିକ୍ଷା ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଗୋଷ୍ଠୀ ସମ୍ବଳ ଶିକ୍ଷକ ସୀତାରାମ ପଧାନଙ୍କ ତତ୍ୱାବଧାନରେ ଅନୁଷ୍ଠିତ ତାଲିମ କାର୍ଯ୍ୟକ୍ରମକୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଚନ୍ଦନ ମେହେର ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ । ବେହେରାମାଲ, ସମଲେଇଚୁଆଁ, ଚିନାଜୁରୀ, ସହଲା, ତମାମୁରା ଓ ବାଙ୍କୀପାଲି କ୍ଲଷ୍ଟରର ୫୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ । ଶୁଖା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଶାନ୍ତନୁକୁମାର ସାହୁ, ବୈଦୁପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମୀନକେତନ ପଧାନ, ଚିନାଜୁରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଲକ୍ଷ୍ମୀଧର ମେହେର ସାଧନ କର୍ମୀ ଭାବେ ଯୋଗଦେଇ ବିବିଧତାପୂର୍ଣ୍ଣ ଅନ୍ତର୍ନିବେଶୀ ଶ୍ରେଣୀ କକ୍ଷ, ଭିନ୍ନକ୍ଷମ ବିଭାଗୀକରଣ, ସ୍ୱତନ୍ତ୍ର ଆବଶ୍ୟକତା ଥିବା ଶିଶୁ ଏବଂ ଅଧିକ ସହାୟତା ଆବଶ୍ୟକ କରୁଥିବା ଶିଶୁ, ସ୍ୱତନ୍ତ୍ର ଆବଶ୍ୟକତା ଥିବା ବିଦ୍ୟାର୍ଥୀଙ୍କ ନିମନ୍ତେ ଶିକ୍ଷାଗତ ବ୍ୟବସ୍ଥା, ଶିକ୍ଷାର୍ଥୀମାନଙ୍କ ଉପରେ ପଡୁଥିବା ବିଭିନ୍ନ ଅକ୍ଷମତା ଜନିତ ଶିକ୍ଷଣ, ପ୍ରଶସ୍ଥ ଆପର ବ୍ୟବହାର, ପାଠ୍ୟକ୍ରମ ଅନୁକୂଳନ ଓ ରୂପାନ୍ତରଣ, ସାର୍ବଜନୀନ ଶିକ୍ଷଣ ଢାଞ୍ଚା, ଅନ୍ତର୍ନିବେଶୀ ଶିକ୍ଷା ପାଇଁ ଭିନ୍ନଭିନ୍ନ ସୂଚନା, ଅନ୍ତର୍ନିବେଶୀ ଶ୍ରେଣୀ ଗୃହରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ସକାରାତ୍ମକ ଆଚରଣଗତ ହସ୍ତକ୍ଷେପ ଏବଂ ସହାୟତା, ଭାଷା, ପରିବେଶ ବିଜ୍ଞାନ, ଗଣିତ ଶିକ୍ଷା, କାଳ୍ପନିକ ଓ ବାସ୍ତବ କଥାବସ୍ତୁ ଆଧାରିତ ପୁସ୍ତକ, ଗୃହ ଭିତ୍ତିକ ଶିକ୍ଷା ବ୍ୟବସ୍ଥା, ପାଠ୍ୟ ଯୋଜନା, ବ୍ୟକ୍ତିଗତ ଶିକ୍ଷଣ ଯୋଜନା, ସ୍ୱତନ୍ତ୍ର ଆବଶ୍ୟକତା ଥିବା ଶିକ୍ଷାର୍ଥୀଙ୍କ ପାଇଁ ଅନୁକୂଳିତ ଶାରୀରିକ ଶିକ୍ଷା, କ୍ରୀଡା ଓ ଯୋଗ, ପାଠ୍ୟକ୍ରମରେ କଳା ଶିକ୍ଷାର ସମ୍ୱନ୍ୱିତକରଣ, ନାଟକ ଓ ନୃତ୍ୟର ବ୍ୟବହାର ବିଷୟରେ ପ୍ରଶିକ୍ଷଣ ଦେଇଥିଲେ । ତାଲିମ୍ ସମୟରେ ଜିଲ୍ଲା ଶିକ୍ଷାଧିକାରୀ ମୀନାରାଣୀ ମଙ୍ଗଳ, ଡୁଙ୍ଗୁରିପାଲି ଗୋଷ୍ଠୀ ଶିକ୍ଷାଧିକାରୀ ଗଣେଷ କିଷାନ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଗଞ୍ଜଲୁ ମିର୍ଧା ଓ ଜଗତ ମଲ୍ଲିକ ତାଲିମ କେନ୍ଦ୍ର ପରିଦର୍ଶନ କରି ସୁଚିନ୍ତିତ ଉପଦେଶ ଦେଇଥିଲେ । ଶେଷରେ ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।

jittmm
Leave A Reply

Your email address will not be published.