ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇ ଚାଲିଗଲା ଜୀବନ

ଧର୍ମଶାଳା : ନଦୀରେ ବୁଡ଼ି ଅବସରପ୍ରାପ୍ତ ଶିକ୍ଷକ ମୃତ । ମୃତକ ଜଣଙ୍କ ହେଲେ ଧର୍ମଶାଳା ଥାନା ଚହଟା ପଞ୍ଚାୟତ ଚହଟା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମହାନ୍ତି(୭୪ ବର୍ଷ) । ଯାଜପୁର ଜିଲ୍ଲା ଧର୍ମାଶାଳା ଅଞ୍ଚଳରେ ଆସିଛି ଏଭଳି ଦୁଃଖଦ ଖବର । ସୂଚନା ମୁତାବକ, ରବିବାର ସକାଳ ୯ ଟାରେ ଘର ନିକଟସ୍ଥ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ ପୂର୍ଣ୍ଣଚନ୍ଦ୍ର । ନଈରେ ଗାଧୋଇବା ବେଳେ ଅସାବଧାନତା ବଶତଃ ପାଣି ଭିତରେ ଗୋଡ ଖସି ଯାଇଥିଲା । ସେ ବହୁ ସମୟ ଧରି ପାଣି ଭିତରେ ବୁଡ଼ି ରହିଥିଲେ । ସେହି ସମୟରେ ଉକ୍ତ ନଦୀ ବନ୍ଧ ରାସ୍ତାରେ ଯାଉଥିବା ଜଣେ ଅଟୋ ଚାଳକ ଦେଖି ତାଙ୍କୁ ଉଦ୍ଧାର କରିବା ସହିତ ପରିବାର ଲୋକଙ୍କୁ ଖବର ଦେଇଥିଲେ । ତାଙ୍କୁ ସଙ୍ଗେ ଧର୍ମଶାଳା ମେଡିକାଲ ଅଣା ଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୂର୍ଣ୍ଣଚନ୍ଦ୍ର ମହାନ୍ତି ଜଣେ ଆଦର୍ଶ ଶିକ୍ଷକ ଭାବରେ ଗତ କିଛି ବର୍ଷ ତଳେ ଚାକିରିରୁ ଅବସର ନେଇଥିଲେ । ସେ ଜଣେ ଭଲ ଯାତ୍ରା କଳାକାର ଭାବରେ ସୁନାମ ଅର୍ଜନ କରିଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

jittmm
Leave A Reply

Your email address will not be published.