csstore

ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନା ଠାରେ ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଡାକ୍ତରଖାନାର ଅଧ୍ୟକ୍ଷା ଡା. ମାନସୀ ପଣ୍ଡାଙ୍କ ସହାୟତାରେ ଡାକ୍ତରଖାନାର ଭେଷଜ ବିଭାଗ ଡାକ୍ତରମାନଙ୍କ ଦ୍ୱାରା ସ୍ୱାସ୍ଥ୍ୟ ନିରୀକ୍ଷଣ କରାଯାଇଥିଲା । ଏହି ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିବାକୁ ସଭ୍ୟ ତଥା ସ୍ୱାସ୍ଥ୍ୟ ସଂଯୋଜକ ଅଶୋକ କୁାର ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଥିଲା । ତତ୍ ସଙ୍ଗେ ସଙ୍ଗେ ବରିଷ୍ଠ ନାଗରିକ ମଂଚର ମୁଖ୍ୟ ଉପଦେଷ୍ଟା ନାରାୟଣ ପାଢୀ ଏବଂ ସଭାପତି ପ୍ରଭାକର ମିଶ୍ର, ସମ୍ପାଦକ କପିଳେଶ୍ୱର ଖମାରୀ, ବିନୟ କୁମାର ମିଶ୍ର, ଚୁଡେନ୍ଦ୍ର କୁମାର ବେହେରା, କୃଷ୍ଣଚନ୍ଦ୍ର ନାଥ, କୃଷ୍ଣଚନ୍ଦ୍ର ମହାକୁର, ଗଣେଶ ଚନ୍ଦ୍ର ପାଢୀ, ଡା. ପ୍ରମୋଦ କୁମାର ମିଶ୍ର, ବ୍ରଜ କିଶୋର ପଣ୍ଡା, ଭିକ୍ଷାକାରି ପାତ୍ର, କୈଳାଶ ମହାପାତ୍ର ପ୍ରମୁଖ ସମସ୍ତେ ସଫଳତାର ସହ ସହଯୋଗ କରି ଏହି ଦୁଇ ଦିନିଆ ସ୍ୱାସ୍ଥ୍ୟ ଶିବିରକୁ ଉତ୍ତମ ରୂପେ ପରିଚାଳନା କରି ସମ୍ପୁର୍ଣ୍ଣ କରିଥିଲେ । ଏହା ଦ୍ୱାରା ପ୍ରଥମ ଦିନ ୩୫ ଜଣ ଏବଂ ଦ୍ୱିତୀୟ ଦିନ ୪୩ ଜଣଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ।

jayashree
Leave A Reply

Your email address will not be published.