ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଜନତା ପାର୍ଟି, ରାଉଲକେଲା ସାଂଗଠନିକ ଜିଲ୍ଲା ତରଫରୁ ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେରକେଟାଙ୍କ ନେତୃତ୍ୱରେ ଶତାଧିକ ର୍କ୍ୟାକର୍ତ୍ତା ଓ କର୍ମୀଙ୍କ ଦ୍ଵାରା କାରଗିଲ ବିଜୟ ଦିବସ ପାଳନ କରାଯାଇଛି । ଫର୍ଟିଲାଇଜେର ଟାଉନରେ ଅବସ୍ଥିତ ସହିଦ ଯବାନ ପ୍ରଦୀପ କୁମାର ପଣ୍ଡାଙ୍କ ପ୍ରତିମୂର୍ତ୍ତୀରେ ଜିଲ୍ଲା ସଭାନେତ୍ରୀ ଶ୍ରଦ୍ଧା ସୁମନ ଓ ମାଲ୍ୟାର୍ପଣ ଅର୍ପଣ କରିଥିଲେ । ସହିଦଙ୍କ ବଡ଼ ଭାଇ ପ୍ରମୋଦ କୁମାର ପଣ୍ଡମଙ୍କୁ ସଭାନେତ୍ରୀ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ । ତତ୍କାଳୀନ ଯସ୍ଵଶୀ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଶାସନ କାଳରେ ୧୯୯୯ ମସିହାରେ ମେ ମାସରୁ ଜୁଲାଇ ମାସ ୨୬ ତାରିଖ ଯାଏ, ପଡୋଶୀ ପାକିସ୍ଥାନ ସରକାର ଦ୍ୱାରା କାରଗିଲ ଘାଟିକୁ ଅକ୍ତିଆର କରିବା ପାଇଁ କରୁଥିବା ଷଡ଼ଯନ୍ତ୍ର ବିରୁଦ୍ଧରେ ଭୟାଭୟ ଯୁଦ୍ଧ କରିଥିଲେ । ତତ୍କାଳୀନ ଅଟଳଜୀ ସରକାର ପାକିସ୍ଥାନର ଏହି ଆକ୍ରମଣର ମୁହତୋଡ ଜବାବ ଭାରତୀୟ ସେନା ଦ୍ୱାରା ଦିଆ ଯିବାସହ ଭାରତ ମାଟିରୁ ପାକିସ୍ଥାନକୁ ବିତାଡିତ ଓ ପରାସ୍ତ କରି ଏହି ଯୁଦ୍ଧରେ ଭାରତୀୟ ସେନା ଏବଂ ସରକାର ବିଜୟ ଲାଭ କରିଥିଲେ । ଏହି କାରଗିଲ ଯୁଦ୍ଧରେ ପ୍ରାୟତଃ, ୫୨୭ ଜଣ ଭାରତୀୟ ବୀର ଯବାନ ବୀର ଅମର ଗତିକୁ ପ୍ରାପ୍ତ କରି ସହିଦ ହୋଇଥିଲେ । ସେହି ବୀର ଯବାନଙ୍କ ବିଜୟ ଗାଥାକୁ ମନେ ପକାଇବା ପାଇଁ କାରଗିଲ ବିଜୟ ଦିବସ ପାଳନ କରାଯାଉଛି । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ, ବରିଷ୍ଠ ନେତା ମୁରଲୀ ଗୌଡ଼, ମଣ୍ଡଳ ସଭାପତି ପ୍ରତାପ ପଟ୍ଟନାୟକ, ମନୋଜ କୁମାର ସେନାପତି, ରାଜ କିଶୋର ଭଞ୍ଜ,ସନ୍ତୋଷ କୁମାର ଦାସ, ରାମ ଚନ୍ଦ୍ର ଦୀପ, ରମାକାନ୍ତ ଜେନା, ଗୋପାଳ ଘଡାଇ, ସନ୍ତୋଷ କୁମାର ତନ୍ତୀ, ନିର୍ମଳ କୁମାର ଘଡାଇ, ଜ୍ୟୋତିର୍ମୟୀ ଷଡ଼ଙ୍ଗୀ, ରିତା ସିଂ, ନିରଜ ଚତୃବେଦି, ସଞ୍ଜୟ କୁମାର ଭୂମିଜ୍, ଶମ୍ଭୁନାଥ ସିଂ, ଜନ ନାୟକ, ଗୌତମ ବାଡ଼ା, ତରୁଣ ପାଲ, ସନ୍ତୋଷ ରାଉତ, ଥାପା, ରାମ ଚନ୍ଦ୍ର ସେଠୀ, ବାସୁଦେବ ପାତ୍ର, ନିରଞ୍ଜନ ମହାପାତ୍ର, ବୈକୁଣ୍ଠ ନାଥ ପାତ୍ର, ତ୍ରିଲୋଚନ ପାତ୍ର, ଅନିଲ କୁମାର ଗୁପ୍ତା, ସୁରଜ ଦାସ ଆଦି ଶତାଧିକ ଅଂଶ ଗ୍ରହଣ କରିଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।

Next Post