ଭୁଲ ମୋର ଭୋଗୁଛନ୍ତି ପରିବାର : ଗାଁରୁ ବାସନ୍ଦ ପୁଣି କାଙ୍ଗାରୁ କୋର୍ଟ ଥାନାରେ ଦ୍ୱାରସ୍ଥ ପରିବାର

ଗଞ୍ଜାମ, (ପ୍ରଦିପ କୁମାର ପଣ୍ଡା) : ପୁଣି କିଛି ମାସ ଅନ୍ତରରେ ପୁଣି ଗଞ୍ଜାମ ବ୍ଲକ ରେ କଙ୍ଗାରୁ କୋର୍ଟ ପୁଅ ଦୋଷ କରିଲା ଭୋଗିବାକୁ ପଡୁଛି ପରିବାର ଲୋକଙ୍କୁ । ଗାଁ କମଟି ସାମାଜିକ ବାସନ୍ଦ କରିବା ସହ ମାନସିକ ଯନ୍ତ୍ରଣା ଦେଉଥିବା ଅଭିଯୋଗ ହୋଇଛି । ଶେଷରେ ନ୍ୟାୟ ପାଇବା ପାଇଁ ଥାନାରେ ଦ୍ୱାରସ୍ଥ ହେଲେ ପରିବାର ସଦସ୍ୟ । ଏହିଭଳି ଘଟଣା ରମ୍ଭା ଥାନା ଅଧିନ ପ୍ରୟାଗି ଗ୍ରାମରେ ଦେଖିବାକୁ ମିଳିଛି । ଏପରିକି ମାର ମୃତ୍ୟୁ ପରେ ଗାଁରେ ତାର ଶେଷକୃତ ଗ୍ରାମରେ ହୋଇପାରଲା ନାହିଁ ପୁରୀରେ କରାଗଲା ବୋଲି ଅଭିଯୋଗ ହୋଇଛି । ଏନେଇ କାମରାଜୁ ତରେଇ ରମ୍ଭା ଥାନାରେ ଚଳିତ ମାସ ୧୭ ତାରିଖରେ ଗାଁ କମିଟି ସଭାପତିଙ୍କ ସମେତ କିଛି ବ୍ୟକ୍ତିଙ୍କ ନାମରେ ଏତଲା ଦେଇଥିଲେ । କାମରାଜୁ କହିବା ମୁତାବକ ଚଳିତ ମାସ ୭ ତାରିଖରେ ମୋର ମା ଙ୍କ ଦେହାନ୍ତ ହୋଇଥିଲା । କିନ୍ତୁ ତାର ଶେଷକୃତ ଗ୍ରାମରେ କରିପାରିଲି ନାହିଁ ଶେଷରେ ବାଧ୍ୟ ହୋଇ ପୁରୀରେ କରିବା ସହ ସେଠାରେ ସମସ୍ତ କାର୍ଯ୍ୟ କରିଲି । ଏପରିକି ବ୍ରାହ୍ମଣ ଓ ଭଣ୍ଡାରି କାର୍ଯ୍ୟରେ ନରହିବା ପାଇଁ କହିଥିଲେ । ଏପରିକି ନାନା ପ୍ରାକାରର ମାନସିକ ଯନ୍ତ୍ରଣ ଆଦି ଦିଆଯାଉଛି । ଏପରିକି ମୋ ପୁଅ ସହ ଏକ ଝିଅର ପ୍ରେମ ହୋଇଥିବା ବେଳେ ଝିଅ ଏବେ ଘରେ ନ୍ୟାୟ ପାଇବା ଆସିଥିଲା । ସେହି ସମୟରେ ମୋ ମାର ଦେହ ଗୁରୁତର ଥିଲା । ପୁଅ ଘରକୁ ଆସିଲେ ଏହି ବିଷୟରେ ଆଲୋଚନା କରିବି ବୋଲି କହିଥିଲି । କିନ୍ତୁ ଏହିସମୟରେ ମଧ୍ୟ କିଛି ଖଳ ପ୍ରକୃତ ଲୋକ ଝିଅକୁ ସେଠି ରହିବା ପାଇଁ ବାଧ୍ୟ କରିବା ସହ ସେଠାରେ ଆତ୍ମହତ୍ୟା କରିବା ପାଇଁ ପ୍ରବର୍ତାଉଛନ୍ତି ଏବଂ ପୁଲିସ କଥାକୁ ନଶୁଣିବାକୁ ମଧ୍ୟ କହୁଥିବା କାମରାଜୁ ଏତଲାରେ ଦର୍ଶାଇଛନ୍ତି । ଗାଁ କମିଟି ପକ୍ଷରୁ ନାନା ନିର୍ଯ୍ୟାତନା, ସାମାଜିକ ବାସନ୍ଦ ଭଳି ଘୃଣ୍ୟ କାମ କରୁଥିବାରୁ ମୁଁ ଆଉ ମୋ ପରିବାର ସମାଜରେ ବଂଚିବା ଘୋର କଷ୍ଟକରିଦେଉଛନ୍ତି ବୋଲି କହିଥିଲେ । ଏହାର ତଦନ୍ତ କରି ନ୍ୟାୟ ଦାବୀ କରିଥିଲେ କାମରାଜୁ । ଏନେଇ ଛତ୍ରପୁର ଏସଡିପିଓ ଚନ୍ଦନ ଘଡେଇଙ୍କୁ ପଚାରିବାରେ ଥାନାରେ ଏତଲା ଦିଆଯାଇଛି ଏବଂ ତଦନ୍ତ ଜାରି ରହିଛି ବୋଲି କହିଥିଲେ । ଏନେଇ ଗାଁ କମିଟି ସଭାପତି ସଦା ଗୈାଡଙ୍କୁ ବାରମ୍ବାର ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ବି ସେ ଫୋନ ଉଠାଇନଥିଲେ ।

jittmm
Leave A Reply

Your email address will not be published.