ବୁବେଲ ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଛାତ୍ରଛାତ୍ରୀଙ୍କ ପାଇଁ ଶିଶୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ପୁଇଁନ୍ତଲା ବ୍ଲକର ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟ, ବୁବେଲଠାରେ ଶିଶୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଧକ୍ଷା ଗିରିଜା ବାଙ୍କୀଙ୍କ ସଭାପତତ୍ୱରେ ସଭା ଆରମ୍ଭ କରାଯାଇଛି । ପରିଚୟ ପ୍ରଦାନ କରିଥିଲେ ମିଥୁନ କୁଅଁର । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସାମାଜିକ କର୍ମୀ ଅରୁଣ ଖୁଅସ୍ ଶିଶୁ ସୁରକ୍ଷା ସମ୍ପର୍କିତ କିଶୋର ନ୍ୟାୟ ଆଇନ୍ ୨୦୧୫ରେ ଥିବା ବାଲ୍ୟ ବିବାହ ନିରୋଧ ଆଇନ୍ ୨୦୦୬, ମିଶନ ବାତ୍ସଲ୍ୟ ଯୋଜନା ୨୦୨୨, ପୋଷ୍ୟ ସନ୍ତାନ ଗ୍ରହଣ ଅଧିନିୟମ ୨୦୨୨, ଜିଲ୍ଲା ଚାଇଲ୍ଡ ହେଲ୍ପ ଲାଇନର ୧୦୯୮ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଜଣାଇଥିଲେ । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତି ଆଶୀର୍ବାଦ ଯୋଜନା, ଗ୍ରୀନ ପାସେଜ୍ ସାର୍ଟିଫିକେଟର ଯୋଗ୍ୟତା, ସାର୍ଟିଫିକେଟର ଉପକାରିତା, ପୃଷ୍ଠପୋଷକତା ସହାୟତା ରାଶିର ଯୋଗ୍ୟତା ଓ ଲାଭ, ଯଶୋଦା ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ଓ ଆବେଦନ ର ପ୍ରଣାଳୀ, ଶିଶୁଙ୍କ ଲାଳନ ପାଳନ ପାଇଁ ଫୋଷ୍ଟର କେୟାର ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ସଚେତନତା କରିଥିଲେ । ଏହି ଅବସରରେ ଶିଶୁ ସୁରକ୍ଷା ୟୁନିଟର ସାମାଜିକ କର୍ମୀ ହରିବନ୍ଧୁ ରାଉତ୍, ଆଉଟ୍ ରିଚ କର୍ମୀ ଶୁଭମ ଜେନା, ଚାଇଲ୍ଡ ହେଲ୍ପ ଲାଇନର ସୁଦାନ ଖମାରୀ ଉପସ୍ଥିତ ଥିଲେ । ପରିଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ମିଥୁନ କୁଅଁର ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.