କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ନୂତନ ଏସ୍ଡିପିଓ ଭାବେ ଡୋଳାମଣି ଭୋଇ ଯୋଗ ଦେଇଛନ୍ତି । ଏସ୍ଡିପିଓ ଶ୍ରୀ ଭୋଇଙ୍କୁ ଆଜି ବରିଷ୍ଠ ସାମ୍ବାଦିକ ଶୁଭେନ୍ଦୁ କୁମାର ପଣ୍ଡା, ଦୀପକ କୁମାର ସାହୁ, ଚକ୍ରଧର ନାଏକ, ଉମେଶ ଚନ୍ଦ୍ର ଦୁରିଆ ପ୍ରମୁଖ ତାଙ୍କ ଧର୍ମଗଡ଼ ସ୍ଥିତ କାର୍ଯ୍ୟାଳୟରେ ଏକ ସୌଜନ୍ୟତା ମୂଳକ ସାକ୍ଷାତ କରିଥିଲେ । ଏହି ସାକ୍ଷାତ ସମୟରେ ଧର୍ମଗଡ଼ ଉପଖଣ୍ଡର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଶ୍ରୀ ଭୋଇ ଅଞ୍ଚଳର ଶାନ୍ତି ଶୃଙ୍ଖଳା ରକ୍ଷା, ଟ୍ରାଫିକ ବ୍ୟବସ୍ଥାରେ ସୁଧାର, ରୋଡ଼ ରୋମିୟୋମାନଙ୍କ ଉପରେ କଡା ନଜର ରଖାଯିବ ବୋଲି ପ୍ରକାଶ କରିଥିଲେ । ଉଭୟ ପୁଲିସ ଏବଂ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରି ଅଞ୍ଚଳର ଆଇନ ଶୃଙ୍ଖଳା ରକ୍ଷା କରାଯିବ ବୋଲି ମତବ୍ୟକ୍ତ କରିଥିଲେ ।
