csstore

ବନ୍ଧା ହେଲେ ଜୟପୁର କୋଟିପତି ଡେପୁଟି ରେଞ୍ଜର : ରେଡ୍ ବେଳେ ମିଳିଥିଲା ବିପୁଳ ଟଙ୍କା ଓ ସଂପତ୍ତି

କୋରାପୁଟ : ବନ୍ଧା ହେଲେ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ । ଅମାପ ସମ୍ପତ୍ତି ଠୁଳ ଅଭିଯୋଗ ଗିରଫ ହୋଇଛନ୍ତି ରେଞ୍ଜର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି । ଖବର ଅନୁଯାୟୀ, ଶୁକ୍ରବାର ଦିନ ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘରେ ଭିଜିଲାନ୍ସ ଚଢାଉ କରାଯାଇଥିଲା । ତାଙ୍କ ନିକଟରେ ନଗଦ ୧.୪୩ କୋଟି ଟଙ୍କା, ଏକ ବହୁମହଲା ବିଶିଷ୍ଟ ଘର, ୩ଟି ଫ୍ଲାଟ୍, ୨ଟି ଉଚ୍ଚ ମୂଲ୍ୟର ପ୍ଲଟ୍, ୧.୩୩ କୋଟି ଟଙ୍କାରୁ ଅଧିକ ବ୍ୟାଙ୍କ ଡିପୋଜିଟ୍‌, ୧.୫୦୪ କିଲୋଗ୍ରାମ ସୁନା, ୪.୬୩୭ କିଲୋଗ୍ରାମ ରୂପା, ୨ଟି ଚାରି ଚକିଆ ଗାଡ଼ି ଠାବ କରାଯାଇଥିଲା । ତେବେ ଆୟ ଠାରୁ ସମ୍ପତ୍ତି ଅଧିକ ହୋଇଥିବାରୁ ଆକ୍ସନ ନେଇଛି ଭିଜିଲାନ୍ସ । ଶନିବାର ଦିନ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କୁ ଗିରଫ କରିଛି ଭିଜିଲାନ୍ସ ।

jayashree
Leave A Reply

Your email address will not be published.