କେସିଙ୍ଗା ବିଜେପି କାର୍ଯ୍ୟକର୍ତ୍ତାମାନେ ଟ୍ରାଫିକ ବ୍ୟବସ୍ଥା ପରିବର୍ତ୍ତନ ପାଇଁ ଏସଡିପିଓଙ୍କୁ ଦାବୀପତ୍ର ପ୍ରଦାନ

କେସିଙ୍ଗା, (ପ୍ରୀତେଶ ପଟେଲ) : କେସିଙ୍ଗା ସହରର ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ । ସହରରେ ଜନଗହଳି ତଥା ଘୋର ଟ୍ରାଫିକ ସମସ୍ୟା ପାଇଁ ଅତୀତରେ ବଡବଡ ଏବଂ ଭାରିଯାନ ଗୁଡିକୁ ସକାଳ ୮ରୁ ମଧ୍ୟାହ୍ନ ୧୨ ଓ ଅପରାହ୍ନ ୩ଟା ରୁ ରାତି ୧୦ଟା ଯାଏ ଜୋଲକଠାରେ ନୋ ଏଣ୍ଟ୍ରି ପଏଣ୍ଟ କରାଯାଇ ଗାଡି ରଖାଯାଉଥଲା । କିନ୍ତୁ ପ୍ରଶାସନିକ ଅଧିକାରୀମାନେ କ’ଣ ବୁଝିଲେ କେଜାଣି କୌଣସି ଯୋଜନା ନକରି ବଡ ବଡ଼ ତଥା ଭାରିଯାନ ଗୁଡିକୁ ପୁନଃ ସହର ଭିତରକୁ ଯେତେବେଳେ ନାହିଁ ସେତେବେଳେ ଛାଡିଦେଲେ । ବର୍ତ୍ତମାନ ଉକ୍ତ ଗାଡି ଗୁଡିକ କୌଣସି ସମୟ ସୀମା ନଥାଇ ସହର ମଧ୍ୟରେ ଚଳାଚଳ କରୁଥିବାରୁ ଲୋକ ତଥା ଛାତ୍ରଛାତ୍ରୀମାନଙ୍କ ଜୀବନ ପ୍ରତି ବିପଦ ସୣଷ୍ଟି କରିଛି । ଏହି ସମସ୍ୟାକୁ ଗରୁତ୍ୱ ଦେଇ କେସିଙ୍ଗା ବିଜେପି ନଗର କମିଟୀ ପ୍ରଥମ ପଦକ୍ଷେପ ସ୍ୱରୂପ ଗତକାଲି ସ୍ଥାନୀୟ ଥାନା ଏସଡିପିଓ ସନ୍ଦୀପ କୁମାର ମାଝୀଙ୍କୁ ସାକ୍ଷାତ କରି ଏ ବିଷୟରେ ଆଲୋଚନା କରିବା ସହିତ ତାଙ୍କ ମାଧ୍ୟମରେ କଳାହାଣ୍ଡି ଜିଲ୍ଲାପାଳ ଓ ଆରକ୍ଷୀ ଅଧକ୍ଷଙ୍କୁ ଏକ ଦାବିପତ୍ର ଦେଇଛନ୍ତି । ଟ୍ରାଫିକ୍ ସମସ୍ୟର ସମାଧାନ ଅତିଶୀଘ୍ର ହେବ ବୋଲି କହିଲେ କେସିଙ୍ଗା ଏସଡିପିଓ । ଦାବିପତ୍ର ପ୍ରଦାନ ସମୟରେ କେସିଙ୍ଗା ନଗର ବିଜେପି ସଭାପତି ପିଙ୍କୁ ପରିଡାଙ୍କ ନେତୃତ୍ୱରେ ସନ୍ତୋଷ ଦାଶ, ମଗନ ସିନ୍ଦୁର, ପ୍ରୀତେଶ ପଟେଲ, ଯୁଗଳ ଦୀପ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.