ଅଲାତରା ପଞ୍ଚସଖା ହାଇସ୍କୁଲଠାରେ ବ୍ଲକ ସ୍ତରୀୟ ବିଜ୍ଞନମେଳା

ମ. ରାମପୁର (ପି.କେ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅଧିନସ୍ଥ ଅଲାତରା ପଞ୍ଚସଖା ହାଇସ୍କୁଲଠାରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ସରପଞ୍ଚ ସସ୍ମିତା ନାଗ ମୁଖ୍ୟ ଅତିଥି ଭାବରେ ଓ ତୁଜୁଙ୍ଗ ହାଇସ୍କୁଲ ପ୍ରଧାନ ଶିକ୍ଷକ ଦିବାକର ସାହୁ ଯୋଗଦାନ କରି ମେଳାଟିକୁୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ଏନେଇ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷ୍ୟୟିତ୍ରୀ ଶକୁନ୍ତଳା ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍ୱତନ୍ତ୍ର ଅତିଥି ଭାବେ ପଞ୍ଚୁଦେବ ସାହୁ, ସ୍କୁଲ ପ୍ରୀତିଷ୍ଠାତା ଘନଶ୍ୟାମ ବଗର୍ତ୍ତି, ଖଗେଶ୍ୱର ରଣା ଓ ପିତାମ୍ବର ନାଗ ଉପସ୍ଥିତ ଥିବା ବେଳେ ଉଦ୍‌ଯାପନୀ ଉତ୍ସବରେ ବ୍ଲକ ଶିକ୍ଷା ଅଧିକାରୀ ପବିତ୍ର ଗଡ଼ତ୍ୟା ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ, ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ବିଜ୍ଞନ ଶିକ୍ଷକ ବାଳକୃଷ୍ଣ ସାହୁ, ସମ୍ମାନିତ ଅତିଥି ଦୁର୍ଗମାଧବ ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ଆଚାରି, ପ୍ରମୁଖ ମାଞ୍ଚାସୀନ ରହି ସମାଜ ପାଇଁ ବିଜ୍ଞାନର ଅବଦାନ ଓ ଶକ୍ତି ସଂରକ୍ଷଣ ବିଷୟରେ ମାର୍ଗଦର୍ଶନ ଦେଇଥିଲେ । ମ.ରାମପୁର ବ୍ଲକ ଅଧିନସ୍ଥ ୧୮ଗୋଟି ହାଇସ୍କୁଲ ସମେତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଇ ୩୧ ଗୋଟି ପ୍ରକଳ୍ପ ଏହି ବିଜ୍ଞାନ ମେଳାରେ ପ୍ରଦର୍ଶିତ ହୋଇଥିଲା । ଏହି ବିଜ୍ଞାନ ମେଳାରେ ବିଚାରକ ଭାବରେ ରେଜେଡା ଆଦର୍ଶ ବିଦ୍ୟାଳୟର ଶିକ୍ଷକ ମଳୟ କୁମାର ପଧାନ ଓ ରାଜକିଶୋର ନାଗ ସମସ୍ତ ପ୍ରକଳ୍ପ ଗୁଡ଼ିକ ମୂଲ୍ୟାୟନ କରିଥିଲେ । ଏଥିରେ ଦୁର୍ଗମାଧବ ଉଛ ବିଦ୍ୟାପୀଠ ମ. ରାମପୁର ୧୦ଶ୍ରେଣୀର ଛାତ୍ର ରିତେଶ ଭୋଇ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଓଡିଶା ଆଦର୍ଶ ବିଦ୍ୟାଳୟ ମଦନପୁର ୧୦ମ ଶ୍ରେଣୀର ଛାତ୍ର ଅଭିନବ ବିଶ୍ୱାଳ ଦ୍ୱିତୀୟ ସ୍ଥାନ ଓ ମୋହନଗିରିବ ହାଇସ୍କୁଲର ୯ମ ଶ୍ରେଣୀର ଛାତ୍ର ଲିନୁ ବେହେରା ତୃତୀୟ ସ୍ଥାନ ଅଧିକାର କରିଥିଲେ । ବିଜ୍ଞାନ ଭିତ୍ତିକ ଏହି ସୃଜନାତ୍ମକ କାର୍ଯ୍ୟକ୍ରମକୁ ଅତିଥି ବୃନ୍ଦ ଭୂୟସୀ ପ୍ରସଂଶା କରିଥିଲେ । ଶିକ୍ଷକ ଅଶୋକ ବିଶ୍ୱାଳ ମଞ୍ଚ ସଂଯୋଜନା କରିଥିଲେ ଓ ଶ୍ୟାମ ସୁନ୍ଦର ପ୍ରତିହାରୀ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ଶିକ୍ଷକ ମାନେ କାର୍ଯ୍ୟକ୍ରମ ପରିଚାଳନରେ ସହଯୋଗ କରିଥିଲେ । କୃତୀ ଛାତ୍ରଛାତ୍ରୀ ମାନେ ଆସନ୍ତା ୨୯ରେ ଜିଲ୍ଲା ସ୍ତରୀୟ ମେଳାରେ ଅଂଶ ଗ୍ରହଣ କରିବେ ବୋଲି ସୂଚନା ମିଳିଛି ।

jittmm
Leave A Reply

Your email address will not be published.