csstore

ରୋଟାରୀ କ୍ଲବ ଅଫ୍ ଅର୍ବାନର ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ଅର୍ବାନ ତରଫରୁ ଗର୍ଜନ ସ୍ଥିତ ବିବେକାନନ୍ଦ ହାଇସ୍କୁଲଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ହାଇସ୍କୁଲର ପ୍ରଧାନ ଶିକ୍ଷକ ନନ୍ଦକିଶୋର ସିଂହଙ୍କ ସଭାପତିତ୍ୱ ଓ ରୋଟାରୀ ଅର୍ବାନର ସଭାପତି ରୋଟାରିଆନ ଉଦିତ କୁମାର ସାହୁଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀର ପ୍ରାୟ ୧୫୦ରୁ ଅଧିକ ଛାତ୍ର ଛାତ୍ରୀ, ଶିକ୍ଷକ ଏବଂ ରୋଟାରିଆନ ମାନେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଅର୍ବାନ କ୍ଲବର ପ୍ରାକ୍ତନ ସଭାପତି ଡାକ୍ତର ଆର ସି ମେହେର, ବର୍ତ୍ତମାନର ସଭାପତି ରୋଟାରିଆନ ସାହୁ ଓ ରୋଟାରିଆନ ପ୍ରଦୀପ କୁମାର ପଟ୍ଟନାୟକ ପ୍ରମୁଖ ମଣିଷ ଜୀବନରେ ବୃକ୍ଷର ଭୂମିକା, ବୃକ୍ଷ କିପରି ଅଙ୍ଗାରକାମ୍ଳ ଗ୍ରହଣ କରି ଅମ୍ଳଜାନ ପ୍ରସ୍ତୁତ କରି ମାନବ ସମାଜ ପାଇଁ ଆଶିର୍ବାଦ ପାଲଟିଛି, ପରିବେଶ ସୁରକ୍ଷା ଓ ପ୍ରତ୍ୟେକ ଛାତ୍ରଛାତ୍ରୀ ଅତ୍ୟନ୍ତ ପକ୍ଷେ ୩ଟି ବୃକ୍ଷରୋପଣ କରିବାକୁ ମତ ରଖିଥିଲେ । ଏହି ଅବସରରେ ପ୍ରାୟ ୭୦ଟି ବୃର ଚାରା ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅର୍ବାନ କ୍ଲବର ସାଧାରଣ ସମ୍ପାଦିକା ରୋଟାରିଆନ ଡେଜି ପ୍ରଧାନ, ରୋଟାରିଆନ ସର୍ବଶ୍ରୀ ରବିକାନ୍ତ ସିଂ, ଡି ମୋହନ ରାଓ, ମଞ୍ଜୁରାଣୀ ମେହେର, ଅଞ୍ଜୁ କକ୍କଡ, ଦେବବ୍ରତ ନାୟକ, ଶୈଳେନ୍ଦ୍ର ସିଂ, ଡା ସୁଶାନ୍ତ କୁମାର ପାଣି, ବନାନୀ ଦାସ, ସସ୍ମିତା ନାୟକ, ରୋଟ୍ରାକ୍ଟର ଗୋବିନ୍ଦ ଓ ହର୍ଷିତା ତଥା ବିଦ୍ୟାଳୟର ଶିକ୍ଷକ ସର୍ବଶ୍ରୀ ପୁରନ୍ଦର ସିଂ, ମନୋଜ କୁମାର ପାଢୀ, ପ୍ରକାଶ ରଣା, ସହଦେବ ବଡାଇକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.