csstore

ଓଡିଶାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ଦେଲା ଭଞ୍ଜସେନା

ମୟୁରଭଞ୍ଜ, (ଦେବସ୍ମିତ ଚୌଧୁରୀ) : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଅସ୍ଥାୟୀ ଦାୟିତ୍ଵରେ ରହି ବିଭିନ୍ନ ଦୁର୍ନୀତିମୂଳକ କାର୍ଯ୍ୟରେ ସଂଶ୍ଲିଷ୍ଟ କୁଳପତିଙ୍କୁ ତୁରନ୍ତ ସେଠାରୁ କାଢ଼ି ଏକ ନୂତନ କୁଳପତିଙ୍କୁ ନିଯୁକ୍ତି ପ୍ରଦାନ କରିବା ସହିତ ତାଙ୍କ କାର୍ଯ୍ୟକାଳ ସମୟରେ ହୋଇଥିବା ଦୁର୍ନୀତିର ଏକ ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ଆଜି ଭଞ୍ଜସେନା ପକ୍ଷରୁ ଏକ ଦାବୀପତ୍ର ମୟୁରଭଞ୍ଜ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଇଶ୍ଵର ଚନ୍ଦ୍ର ନାୟକଙ୍କ ମାଧ୍ୟମରେ ଓଡିଶାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ପ୍ରେରଣ କରାଯାଇଛି । ଜ୍ଝଆଜିକାର ପ୍ରତିନିଧି ଦଳରେ ସଂଗଠନର ଜିଲ୍ଲା ଛାତ୍ର ଶାଖା ସଭାପତି କିଷନ କୁମାର ସାହୁ, ମୁକ୍ତିଦତ୍ତ ପରିଡା, ମନୋଜ ସାହୁ, ରାଜେଶ ଦାଶ, ସତ୍ୟ ପୃଷ୍ଟି, ରମଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଯଥାଶୀଘ୍ର ସରକାର ଏବାବଦରେ ହସ୍ତକ୍ଷେପ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ବହୁତ ଶୀଘ୍ର ବିଶ୍ୱବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହିତ ଜିଲ୍ଲାରେ ଛାତ୍ର ଆନ୍ଦୋଳନ ତୀବ୍ରତର ହେବ ବୋଲି ଛାତ୍ର ଶାଖା ସଭାପତି କିଷନ କୁମାର ସାହୁ ଏକ ପ୍ରେସ୍‌ ବିବୃତିରେ ଜଣାଇଛନ୍ତି ।

jayashree
Leave A Reply

Your email address will not be published.