oom

ଯୋଗୀମୁ‌ଣ୍ଡାରେ ବିଜେପିର କର୍ମୀ ସମ୍ମିଳନୀ

jsmm

ପାଟଣାଗଡ, (କେପିଏନ୍‌ଏସ୍‌) : ଆଜି ଭାରତୀୟ ଜନତା ପାର୍ଟିର ଏକ କର୍ମୀ ସମ୍ମିଳନୀ ପଚାଂୟତ ସମିତି ଅଧକ୍ଷ ଭକ୍ତବ‌ନ୍ଧୁ ନାଏକ‌ଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମୀ ସମ୍ମିଳନୀରେ ପୂର୍ବତନ ବିଧାୟକ ତଥା ବିଜେପିର ବରିଷ୍ଠ ନେତା ପାଟଣାଗଡ ମହାରାଜା କନକ ବର୍ଦ୍ଧନ ସିଂଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ପାଟଣାଗଡ ପଞ୍ଚାୟତ ସମିତି ଅଧକ୍ଷ ଭକ୍ତବ‌ନ୍ଧୁ ନାଏକ, ମଣ୍ଡଳ ସଭାପତି ଚତୁର୍ମୁଖ ମେହେର, ପକଂଜ ଭୋଇ, ବଲ୍ଲଭ ଧରୁଆ, ଜିଲ୍ଲା ପରିଷଦ ସଭ୍ୟା ଦେବକୀ ତାଣ୍ଡି, ସବିତା ସରାଫ, ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ କରମ ସିଂ ସରାଫ, ଗିତା‌ଞ୍ଜଳୀ ରାଉତ, ପ୍ରେମାନନ୍ଦ ବାଗ, ଚୁଡାମଣି କୁଅଁର, ମାଧବ ସାଏ, ଜୟନ୍ତ କୁମାର, ଯୁଗଲ ମେହେର, ମହାଦେବ ମେହେର, ପ୍ରକାଶ ଅଗ୍ରଓ୍‌ୱାଲ, ବେଲପଡା ପଚାଂୟତ ସମିତି ଅଧ୍ୟକ୍ଷା ବୈଜୟନ୍ତୀ ପାଣିଗ୍ରାହୀ ମଚାଂସିନ ଥିଲେ ।

ଏହି କର୍ମୀ ସମ୍ମିଳନୀରେ ଭକ୍ତବ‌ନ୍ଧୁ ନାଏକ, ଶିବାଜି ମହାନ୍ତି, କନକ ବର୍ଦ୍ଧନ ସିଂଦେଓ ବ‌କ୍ତବ୍ୟ ପ୍ରଦାନ କରି ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି ଉପରେ ଖୁବ୍ ବର୍ଷିଥିଲେ । ଚାଷୀମାନଙ୍କ ସମସ୍ୟା ଓ ମଣ୍ଡିରେ ପଡିଥିବା ଧାନକୁ ଶୀଘ୍ର ଉଠାଇବା ପାଇଁ ସରକାରକୁ ଚେତାବନୀ ଦେଇଥିବା ସହ ବହୁତ ସଂଖ୍ୟାରେ ଲୋକମାନେ ବିଜେଡି ଓ କଂଗ୍ରେସ ଦଳ ଛାଡ଼ି ବିଜେପି ଦଳରେ ଯୋଗ ଦେଇଥିଲେ । ମଣ୍ଡଳ ସଭାପତି ଚତୁର୍ମୁଖ ମେହେର ଅଧ୍ୟକ୍ଷତା କରିଥିବା ବେଳେ ଜୟନ୍ତ କୁମାଂର ସଭାକୁ ପରିଚାଳନା କରିଥିଲେ । ପ୍ରାୟ ୧୫୦୦ ଲୋକ କର୍ମୀ ସମ୍ମିଳନୀରେ ଯୋଗଦାନ କରିଥିଲେ । ଶେଷରେ ଯୁଗଲ ମେହେର ଧନ୍ୟବାଦ ଅର୍ପଣ କରି ସଭାକୁ ଶେଷ କରିଥିଲେ ।

jittmm
Leave A Reply

Your email address will not be published.