ପ୍ରଗତି ଉତ୍କଳ ସଂଘର ବର୍ଷା ଆସର

  • ସମ୍ଭାବନାର ବାର୍ତ୍ତା ନେଇ ଆସେ ବର୍ଷା : ଶ୍ରୀ ହୋତା

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପ୍ରଗତି ଉତ୍କଳ ସଂଘର ବର୍ଷା ସାହିତ୍ୟ ଆସର ନିଜସ୍ଵ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ପ୍ରତାପ କୁମାର ସ୍ୱାଇଁଙ୍କ ସଭାପତିତ୍ୱ, ସାଧାରଣ ସମ୍ପାଦକ ଘନଶ୍ୟାମ ଧଳଙ୍କ ଆବାହକତ୍ଵ, ସାଂସ୍କୃତିକ ସମ୍ପାଦକ ଅଶୋକ କୁମାର ପଟ୍ଟନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି ଆସରରେ ସମ୍ବାଦ ରାଉରକେଲା ସଂସ୍କରଣର ମୁଖ୍ୟ ଲକ୍ଷ୍ମୀ ନାରାୟଣ ହୋତା ମୁଖ୍ୟ ଅତିଥି, ସଂଘର ଉପସଭାପତି ଡ଼ଃ ପ୍ରଭାତ ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆଲୋଚ୍ୟ ବିଷୟ କବିତାର ଲାଳିତ୍ୱରେ ବର୍ଷା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ହୋତା ତାଙ୍କ ବକ୍ତବ୍ୟରେ କହିଲେ ଯେ ସମ୍ଭାବନାର ବାର୍ତ୍ତା ନେଇ ଆସେ ବର୍ଷା । ସମ୍ଭାବନାର ପ୍ରତୀକ ବର୍ଷା । ବର୍ଷାର ପ୍ରଥମ ଛିଟା ଓ ଛୁଆଁ ଆମ ମଧ୍ୟରେ ପ୍ରଥମେ ଚିତ୍ରକଳ୍ପ ସୃଷ୍ଟି କରାଏ । ସମସ୍ତଙ୍କ ମଧ୍ୟରେ ହୃତପିଣ୍ଡ ଥାଏ, ମାତ୍ର କବିଙ୍କ ମଧ୍ୟରେ ହୃଦୟ ଥାଏ । ହୃତପିଣ୍ଡ ମରିଯାଏ କିନ୍ତୁ ହୃଦୟ ମରେନାହିଁ । ବର୍ଷା କେବଳ ସଜାଡେ ନାହିଁ, ଉଜାଡେ ମଧ୍ୟ । ଏହାସହ ସେ ବିଭିନ୍ନ କବିଙ୍କର ବର୍ଷା କବିତାକୁ ଉତ୍ଥାପନ କରି କବିତାରେ ବର୍ଷାର ଲାଳିତ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ସେହିପରି ଡ଼ଃ ମଲ୍ଲିକ ବିଭିନ୍ନ ଉଦାହରଣ ଦେଇ ଆଲୋଚ୍ୟ ପ୍ରସଙ୍ଗରେ ମତ ରଖିଥିଲେ । ଏହି ଅବସରରେ ୪ଜଣ ନୂତନ ସଭ୍ୟ ଭାବେ ସର୍ବଶ୍ରୀ ପ୍ରବୋଧ କୁମାର ପତି, ସନାତନ ସାହୁ, ରମେଶ କୁମାର ପ୍ରଧାନ ଓ ଆଶିଷ କୁମାର ଦାସଙ୍କୁ ସମ୍ମାନିତ କରାଯାଇଥିଲା । ସେହିପରି କବିତା ଆସରରେ ସର୍ବଶ୍ରୀ ଡା କୃପାସିନ୍ଧୁ ନାୟକ, ନିକୁଞ୍ଜ ବିହାରୀ ଦାଶ, ଅଭିରାମ ପ୍ରଧାନ, କରୁଣାକର ପାଟ୍ଟଶାଣୀ, ମୀନକେତନ ପଶାୟତ, ଲକ୍ଷ୍ମୀନାରାୟଣ ହୋତା, ବ୍ରହ୍ମାନନ୍ଦ ପାଢ଼ୀ, ଦିବାକର ଦାସ, କିଶୋରୀ ମୋହନ କର, ଅଜୟ ମହାନ୍ତି, ଶ୍ରୀଧର ସୁନା, ସଞ୍ଜୟ ଦାଶ, ଉପେନ୍ଦ୍ର କୁମାର ବସ୍ତିଆ, ଗୀତା ରାଣୀ ବେହେରା, ସୁଶାନ୍ତ ନାୟକ, ବନିତା ମହନ୍ତ, ଅମୀୟ କୁମାର ମହାନ୍ତି, ଆଶିଷ କୁମାର ଦାସ, ତ୍ରିନାଥ ସିଂହ, ସତ୍ୟନାରାୟଣ ଦାଶ, ସୁମନ୍ତ କୁମାର ଉପାଧ୍ୟାୟ, ରଶ୍ମି ସାହୁ, ଅଶୋକ କୁମାର ପଟ୍ଟନାୟକ, ସଂଜୀବ ଭୋଇ ପ୍ରମୁଖ ବର୍ଷା ସମ୍ପର୍କୀତ କବିତା ପାଠ କରିଥିଲେ । କିଶୋରୀ ମୋହନ କର ଗଳ୍ପ ପାଠ କରିଥିଲେ । କବିତା ଆସରରେ ବ୍ରଜେନ୍ଦ୍ର ଦାଶ ସଭାପତିତ୍ୱ କରିଥିବା ବେଳେ ବିଜୟିନୀ ଜେନା ଓ ତ୍ରିଲୋଚନ ସ୍ୱାତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ବିଚାରକ ଦାୟିତ୍ଵ ତୁଲାଇଥିବା ବିଜୟିନୀ ଜେନା, ପ୍ରବୀର କୁମାର ଦୁବେ, ଅଜୟ କୁମାର ମହାନ୍ତି, କୈଳାଶ ଚନ୍ଦ୍ର ମହାଳିଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପରିଚାଳନାରେ ରାଧାମୋହନ ନାୟକ, ଶୁଭ୍ରାଂଶୁ ମହାପାତ୍ର, ଅରବିନ୍ଦ ପାତ୍ର, ପରିକ୍ଷିତ ଗୁରୁ, ଅଯୋଧ୍ୟାନାଥ ଦାସ, ଧରଣୀଧର ସାମଲ, କୁଞ୍ଜବିହାରୀ ରାଉତ, ଇନ୍ଦ୍ରମଣି ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସମ୍ପାଦକ ରାଧାମୋହନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହରର ବହୁ ସାହିତ୍ୟିକ, କବି, ସଂଗଠକ ଯୋଗଦେଇ ଥିଲେ ।

jittmm
Leave A Reply

Your email address will not be published.