csstore

ଭାରତୀୟ ଶିକ୍ଷଣ ମଣ୍ଡଳର ଗୁରୁପୂଜନ ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଭାରତୀୟ ଶିକ୍ଷଣ ମଣ୍ଡଳ, ବଲାଙ୍ଗିର ଶାଖା ତରଫରୁ ଗୁରୁ ପୂଜନ ଉତ୍ସବ ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ କସ୍ତୁରୀ ରଥ ସଂଯୋଜନା ଓ ସଂପାଦକ ଦିବାକର ହୋତା ଅତିଥି ପରିଚୟ କରିଥିଲେ । ମୁଖ୍ୟ ଅତିଥି ମର୍ଯ୍ୟାଦାରେ ପ୍ରଫେସର ସତ୍ୟବନ୍ତ ବେଦବାକ ଓ ମୁଖ୍ୟବକ୍ତା ଭାବରେ ସନାତନ ଠାକୁର ମଂଚାସିନ ଥିଲେ । ଅତିଥିମାନେ ମହର୍ଷି ବ୍ୟାସଦେବଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଓଡିଶା ପଶ୍ଚିମ ପ୍ରାନ୍ତ କୋଷାଧ୍ୟକ୍ଷ ସତ୍ୟନାରାୟଣ ପ୍ରଦାନ ଧ୍ୟେୟ ଶ୍ଲୋକ ପଠନ କରିଥିଲେ । ଏହି ଅବସରରେ ଭାରତୀୟ ଶିକ୍ଷଣ ମଣ୍ଡଳ, ବଲାଙ୍ଗିରର ପୂର୍ବତନ ସଭାପତି ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଏବଂ ପୂର୍ବତନ ରାଜ୍ୟ ସଂପାଦକ ଧର୍ମବ୍ରତ ରଥଙ୍କୁ ମାନପତ୍ର, ଉପଢୌକନ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ମୁଖ୍ୟ ଅତିଥି ଭାରତୀୟ ସମାଜରେ ଗୁରୁ ପରଂପରାର ମହନୀୟତା ବର୍ଣ୍ଣନା କରିବା ସହ ବ୍ୟାସଦେବଙ୍କ ଜିବନୀ ଉପରେ ଆଲୋକପାତ କରିଥିଲେ । ଉକ୍ତ ସଭାରେ ଗିରିଜା ଶଙ୍କର ରଥ, ପ୍ରଶନ୍ନ ମିଶ୍ର, ଗୋପାଳ ପ୍ରଧାନ, ବିରଂଚି ତ୍ରିପାଠି, ଅରୁଣ ଖୁଆସ, ବିରଂଚି ନାରାୟଣ ଦାଶ, ମାଳତି ଉଦଗାତା, ନିହାରିକା ମିଶ୍ର, ସଂଯୁକ୍ତା ପରିଚ୍ଛା, ବଳିଷ୍ଠ ପ୍ରଧାନ, ମଧୁସୁଦନ ନାୟକ, ନରେନ୍ଦ୍ର ମିଶ୍ର, ନବକୃଷ୍ଣ ପଟେଲ, ଯଯାତି କେଶରୀ ପ୍ରଧାନ, ଦେବଦତ୍ତ ମିଶ୍ର, ରାମ ଶଙ୍କର ଶତପଥି ପ୍ରମୁଖ ଉପସ୍ଥିତ ଥିଲେ । ଏହି ଉପଲକ୍ଷେ ସତ୍ୟାନନ୍ଦ ବିଶ୍ୱାଲ ସ୍କୁଲ ଛାତ୍ରୀଙ୍କ ମଧ୍ୟରେ ଏକ କୁଇଜ ପ୍ରତିଯୋଗିତା ସଂଚାଳନ କରିଥିଲେ । ଶେଷରେ ସୁଶ୍ରୀ ସବିତା ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.