ବିସ୍ତାପିତ ସୂର୍ଯ୍ୟନଗରବାସୀଙ୍କ ଦ୍ୱାରା ତୃତୀୟ ଦିନରେ ଅନିଶ୍ଚିତକାଳୀନ ଧାରଣା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହର ବସ୍ତି ବାସିନ୍ଦାଙ୍କ ପାଇଁ କଳା ଦିବସ । ସୂର୍ଯ୍ୟନଗର ବସ୍ତିବାସିନ୍ଦାଙ୍କୁ ବିନା ଥଇଥାନ କରି ବଲାଙ୍ଗିର ଜିଲ୍ଲା ପ୍ରଶାସନ ବୁଲଡୋଜର ଚଳାଇ ସମସ୍ତ କୁଡିଆ ଘରକୁ ଭାଙ୍ଗି ଦେବା ଦ୍ୱାରା ଖରାରେ ଓ ଖୋଲା ଆକାଶ ତଳେ ଭୋକ ଶୋଷରେ ସୂର୍ଯ୍ୟନଗରବାସୀ ପ୍ରଶାସନକୁ ନେହୁରା ବିହୁରା କଲା ସତ୍ତେ୍ ପ୍ରଶାସନ ଦ୍ୱାରା ସେମାନଙ୍କ ଘରକୁ ଧୂଳିସାତ୍‌ କରିବା ସହ ତାଙ୍କ ଆସବାପତ୍ର ଫିଙ୍ଗି ଦେଇ ସେମାନଙ୍କୁ ସେହି ଜମିନ୍‌ରେ ପୋତି ଦେବାପାଇଁ ପୋଲିସ ଧମକ୍‌ ଚମକ କରି ଘଉଡାଇ ଦେଇଥିଲା । ଆବାଳ-ବୃଦ୍ଧ-ବନିତା ସୂର୍ଯ୍ୟନଗର ବାସିନ୍ଦା ତମ୍ବୁରେ ରହୁଥିବା ତମ୍ବୁମଧ୍ୟ ହଟାଇ ଦିଆଗଲା । ବର୍ତ୍ତମାନ ଗତ ୨୫ ତାରିଖ ଠାରୁ ସୂର୍ଯ୍ୟନଗରବାସୀଙ୍କ ଦ୍ୱାରା ବଲାଙ୍ଗିର ମ୍ୟୁନିସିପାଲିଟି କାର୍ଯ୍ୟାଳୟ ସମ୍ମୁଖରେ ଭିଆଇପିର ସମର୍ଥନରେ ଅନିଶ୍ଚିତକାଳିନ ଧାରଣା ତୃତୀୟ ଦିନରେ ପହଞ୍ଚିଛି । କିନ୍ତୁ ଜିଲ୍ଲା ପ୍ରଶାସନ ଏ ପର୍ଯ୍ୟନ୍ତ ଥଇଥାନ ଦାବୀ ନେଇ କେବଳ ଚର୍ଚ୍ଚାକରି ଚାଲିଛି । ଥଇଥାନର ପ୍ୟାକେଜ ଘୋଷଣା କରି ନାହାନ୍ତି । ଗରିବ ଭୁମିହୀନ ବିସ୍ତାପିତ ସୂର୍ଯ୍ୟନଗର ବାସୀ ଖରାରେ ଓ ଖୋଲା ଆକାଶ ତଳେ ଭୋକ ଶୋଷରେ ରହି ଧାରଣାରେ ବସିବା ପାଇଁ ବାଧ୍ୟ ହୋଇଛନ୍ତି । ତାଙ୍କର କୁଡିଆ ଧୂଳିସାତ୍‌ ହେଲା ପରେ ଯିବେ କୁଆଡେ ? କେବଳ ମୁଖ୍ୟମନ୍ତ୍ରୀ ଙ୍କ ଜାଗା-ମିଶନ ଆଇନ୍‌ ଜରିଆରେ ଥଇଥାନ ପାଇଁ ଅପେକ୍ଷା କରିଛନ୍ତି । ଜାଗା ମିଶନ ପଟ୍ଟା, ପ୍ରଧାନ ମନ୍ତ୍ରୀ ଆବାସ, ବିଜୁ ପକ୍କା ଘର ଏବଂ କ୍ଷତିପୂରଣ ଦାବୀ ନେଇ ବଲାଙ୍ଗିର ମ୍ୟୁନିସିପାଲିଟିର ବିଜ୍ଞାନ ପାର୍କ ପାଇଁ ବିସ୍ତାପିତ ସୂର୍ଯ୍ୟନଗରବାସୀ ବଲାଙ୍ଗିର ମ୍ୟୁନିସିପାଲିଟି କାର୍ଯ୍ୟାଳୟ ସମ୍ମୁଖରେ ୨୫.୦୧.୨୦୨୧ ଦିନ ଠାରୁ ଅନିଶ୍ଚିତକାଳିନ ଧାରଣାରେ ଭିଆଇପିର ସମର୍ଥନରେ ବସିଛନ୍ତି । । ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ସମସ୍ତ ଧାରଣାରେ ବସିଥିବା ବିସ୍ତାପିତ ସୂର୍ଯ୍ୟନଗର ଥଇଥାନ ସମିତି ପଦାଧିକାରୀ ଏବଂ ଭିଆଇପିଙ୍କ ସହ ତାଙ୍କ ଚେମ୍ବରେ ଥଇଥାନ ସମ୍ବନ୍ଧରେ ବିସ୍ତୃତ ଆଲୋଚନା ହୋଇଥିଲା । ଧାରଣାରେ ବସିଥିବା ପଦାଧିକାରୀ ଉପରୋକ୍ତ ଦାବୀ ଉପସ୍ଥାପନା କରିଥିଲେ । ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଜିଲ୍ଲାପାଳଙ୍କୁ ଧାରଣା ଏବଂ ଦାବୀ ବିଷୟରେ ଅବଗତ କରାଇଛନ୍ତି ବୋଲି କହିଛନ୍ତି । ଯେ ପର୍ଯ୍ୟନ୍ତ ଉପରୋକ୍ତ ଦାବୀ ପୂରଣ ନ ହେବ ଅନିଶ୍ଚିତ ଜାରି ରହିବ ବୋଲି ସମିତି ପଦାଧିକାରୀ ଓ ଭିଆଇପି ପ୍ରଦେଶ ଅଧ୍ୟକ୍ଷ ଡ. ବିପିନ କୁଶୁଲିଆ କହିଛନ୍ତି । ୪୦ ବର୍ଷରୁ ଉର୍ଦ୍ଧରୁ ବସବାସ କରି ଆସୁଥିବା ଭୁମିହୀନ ଗରିବ, ମଜୁରିଆ ଓ ଖଟିଖିଆ ସୂର୍ଯ୍ୟନଗରବାସୀ ମୁଖ୍ୟମନ୍ତ୍ରୀଙ୍କ ଯୋଜନା ଅନୁସାରେ ଉଷାକାର୍ଡ ପାଇ ମଧ୍ୟ ଆଜି ସେମାନେ ଖୋଲା ଆକାଶ ଓ ଅନ୍ଧକାରରେ ରହିଛନ୍ତି । ଓଡିଶାର ମୁଖ୍ୟମନ୍ତ୍ରୀ ମାନନୀୟ ନବୀନ ପଟ୍ଟନାୟକଙ୍କ ଓଡିଶା ଭୂ-ବନ୍ଦୋବସ୍ତ ସଂଶୋଧାନ ଆଇନ୍‌ ୨୦୧୭-୧୮ ଦ୍ୱାରା ଗରିବ ଭୂମିହୀନ ବସ୍ତିବାସିନ୍ଦାଙ୍କୁ ବିନା ବେଦଖଲ କରି ସେହିସ୍ଥାନ କିମ୍ବା ଅନ୍ୟତ୍ର ଜାଗା ମିଶନ ପଟ୍ଟା, ଘର, ନଳ, ବିଜୁଳୀ ଦେଇ ଥଇଥାନ କରାଯିବା ଜାଗା ମିଶନ ପଟ୍ଟା ଯୋଜନାରେ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରିୟ ପୁରସ୍କାର ପାଇଛନ୍ତି । ଜାଗା ମିଶନ ବହୁତ ସୁନ୍ଦର ଯୋଜନା ଯଦ୍ୱାରା ଦାରିଦ୍ର୍ୟତା ହଟାଇ ଗରିବ ଭୂମିହୀନ ମାନଙ୍କୁ ୪ ଡିସିମିଲ ଘରବାଡି ପଟ୍ଟା ସହ ଘରଟିଏ ଦିଆଯାଉଛି । ବଲାଙ୍ଗିର ସହରରେ୨୦୧୭-୧୮ ବର୍ଷ ଡ୍ରୋନ କ୍ୟାମେରାରେ ସର୍ଭେ କରି ଜାଗା ମିଶନ ପଟ୍ଟା ହିତାଧିକାରୀଙ୍କୁ ଉଷାକାର୍ଡ ଦେଇ ୮୨୦୦ ପରିବାରଙ୍କୁ ଜାଗାମିଶନ ପଟ୍ଟା ଦେବା ପାଇଁ ତାଲିକା କରାଯାଇଛି; ତହି ମଧ୍ୟରୁ ପ୍ରାୟ ୩୦୦୦ ପରିବାରଙ୍କୁ ପଟ୍ଟା ଦିଆଯାଇଛି ଏବଂ ୫୦୦୦ ରୁ ଉର୍ଦ୍ଧରୁ ପରିବାର ଜାଗା ମିଶନ ପଟ୍ଟା ପାଇବା ଆଶା ଓ ଅପେକ୍ଷାରେ ଅଛନ୍ତି । ୫୦୦୦ରୁ ଉର୍ଦ୍ଧରୁ ଗରିବ ଭୂମିହୀନ ପରିବାର ଜିଲ୍ଲା ପ୍ରଶାସନ ଏବଂ ବଲାଙ୍ଗିର ମ୍ୟୁନିସିପାଟିଟିରେ ଜାଗା ମିଶନ ପଟ୍ଟା ପାଇଁ ଆବେଦନ କରିଛନ୍ତି କିନ୍ତୁ ଡ୍ରୋନ କ୍ୟାମେରା ସର୍ଭେ ନାହିଁ କି କୌଣସି କାର୍ଯ୍ୟାନୁଷ୍ଠାନ ମଧ୍ୟ ନାହିଁ । ବଲାଙ୍ଗିର ମ୍ୟୁନିସିପାଲିଟି ର ୫ନଂ ୱାର୍ଡ ସୂର୍ଯ୍ୟନଗର ବସ୍ତି ବାସିନ୍ଦାଙ୍କୁ ଉଷା ସର୍ଭେ କାର୍ଡସହ ଜାଗା ମିଶନ ପଟ୍ଟା କିଛି ଲୋକଙ୍କୁ ଦିଆଯାଇଛି କିନ୍ତୁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପଛପଟରେ ବିଜ୍ଞାନ ପାର୍କ ନିର୍ମାଣ ପାଇଁ ଗତ ୧୧.୦୧.୨୦୨୧ ଦିନଠାରୁ ସୂର୍ଯ୍ୟନଗର ବସ୍ତିବାସିନ୍ଦାଙ୍କୁ ବିନା ଥଇଥାନ କରି ବଲାଙ୍ଗିର ଜିଲ୍ଲା ପ୍ରଶାସନ ମଧ୍ୟ ଯୁଗିୟ ରାଜା ରାଜୁଡା ଠାକୁର ଶାସନ, ମୋଗଲ ପଠାନ ଶାସନ୍‌ ତଥା ଇଂରେଜ ହିଟଲର ଶାସନ ପରି ବଲାଙ୍ଗିର ପ୍ରଶାସନ ୭୦ ଗୋଟି ଗରିବ ଭୂମିହୀନ ଘର ଭାଙ୍ଗିଦେଇ ବିଜୁଳୀ କାଟିଦେବା ସୂର୍ଯ୍ୟନଗରବାସୀ ତମ୍ବୁମାରି ଖୋଳା ଆକାଶ ତଳେ ରହୁଛନ୍ତି । ପ୍ରଶାସନ ସେମାନଙ୍କୁ ଉଚିତ୍‌ ଥଇଥାନ କରିବା କଥା କିନ୍ତୁ ଆଜି ଜିଲ୍ଲାପ୍ରଶାସନଙ୍କ ନିର୍ଦ୍ଦେଶରେ ବଲାଙ୍ଗିର ପୋଲିସ ସୂର୍ଯ୍ୟନଗର ସ୍ଥିତ ଏକ ବିକଳାଙ୍ଗ ଲଛମନ ବେହେରାଙ୍କୁ ଘରୁ ଫିଙ୍ଗି ଦେବା ସହିତ ତାଙ୍କ ଆସବାସ ପତ୍ରକୁ ମଧ୍ୟ ଅନେକ ଦୂର ପର୍ଯ୍ୟନ୍ତ ଫିଙ୍ଗି ଦେଇ ତା’ର କୁଡିଆ ଘରକୁ ଜେସିବି ଦ୍ୱାରା ଭାଙ୍ଗି ଦେଇ ସେହି ସ୍ଥାନରେ ତାକୁ ପୋତି ଦେବା ପାଇଁ ଧମକ୍‌ ଦେଇଥିଲା । ଆଜି ବଲାଙ୍ଗିର ଜିଲ୍ଲା ପ୍ରଶାସନ ହଜାଇ ଦେଇଛି ମାନବିକତା । କେହି ବିଶ୍ୱାସ କରିପାରିବେ ନାହିଁ ଯେ, ମୁଖ୍ୟମନ୍ତ୍ରୀଙ୍କ ଜାଗାମିଶନ ପଟ୍ଟା ଯୋଜନାରେ ପଟ୍ଟା ପାଇଥିବା ୮୦ ବର୍ଷୀୟ କୈବଲ୍ୟ ନାଗ ଓ ତାଙ୍କର ସ୍ତ୍ରୀର କୁଡିଆ ଘରକୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶରେ ଜେସିବି ଦ୍ୱାରା ଧୂଳିସାତ୍‌ କରିଦେଇଛି । ଆଜି ଅପରାହ୍ନ ୪ ଘ. ସମୟରେ ମାଜିଷ୍ଟ୍ରେଟ୍‌ ଅର୍ଡର ଦ୍ୱାରା ସେହି ଗରୀବ ଭୂମିହୀନ ବସ୍ତିବାସିନ୍ଦାଙ୍କ ତମ୍ବୁ ଉଠାଇ ନେଇ ସେହି ସ୍ଥାନରୁ ପଳାଇ ଯିବା ପାଇଁ ଆଦେଶ ଦେଇଛନ୍ତି । ଏଣୁ ଏପରି ଅତ୍ୟାଚାରର ବିରୁଦ୍ଧରେ ତଥା ସୂର୍ଯ୍ୟନଗର ଭୂମିହୀନ ବସ୍ତିବାସିନ୍ଦାଙ୍କ ଥଇଥାନ ସହ ସମସ୍ତ ଗରିବ ଭୂମିହୀନ ମାନଙ୍କୁ ଜାଗାମିଶନ ପଟ୍ଟା ଏବଂ ଆବାସ ଯୋଜନା ସହ ଥଇଥାନ ଦାବୀ ନେଇ ଆଜି ତା. ୨୫.୦୧.୨୦୨୧ ଦିନ ଠାରୁ ବଲାଙ୍ଗିର ମ୍ୟୁନିସିପାଲିଟି କାର୍ଯ୍ୟାଳୟ ସମ୍ମୁଖଠାରେ ସୂର୍ଯ୍ୟନଗର ବସ୍ତିବାସିନ୍ଦା ନାଗରିକ ସୁରକ୍ଷା ସମିତି, ବଲାଙ୍ଗିର ଭୂମିହୀନ ମହିଳା ସଂଘ ସହ ଭିଲେଜର୍ସ ଇଣ୍ଡିଆ ପାର୍ଟି ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ଜାଗା ମିଶନ ପଟ୍ଟା ଯୋଜନା କାର୍ଯ୍ୟକାରୀ ପାଇଁ ଅନିଶ୍ଚିତ କାଳିନ ଧାରଣା ଜାରି ରହିବ ବୋଲି ଭିଆଇପି ଅଧ୍ୟକ୍ଷ ଡ. ବିପିନ କୁଶୁଲିଆ କହିଛନ୍ତି । ଧାରଣାରେ ଡ. ବିପିନ କୁଶୁଲିଆଙ୍କ ସହ ସମିତି ଅଧ୍ୟକ୍ଷ ଶାନ୍ତିଲତା ତ୍ରିପାଠୀ, ଉପସଭାପତି ସନ୍ତୋଷିନୀ ଦୀପ, ମହାସଚିବ ପଦ୍ମାବତୀ ନାଏକ, କୋଷାଧ୍ୟକ୍ଷ ଦିବ୍ୟସିଂ ଭୋଇ, ସଂଯୋଜକ ରାହୁଲ କୁମ୍ଭାର ସମେତ ଶତାଧିକ ସୂର୍ୟ୍ୟନଗର ତଥା ବଲାଙ୍ଗିର ଭୂମିହୀନ ବସ୍ତି ବାସିନ୍ଦା ଅନିଶ୍ଚିତ କାଳିନ ଧାରଣାରେ ଯୋଗଦେଇଛନ୍ତି ।

Leave A Reply

Your email address will not be published.