csstore

ଝାରବନ୍ଧ ସାମ୍ବାଦିକ ସଂଘ ଭବନ ପ୍ରତିଷ୍ଠା ବାର୍ଷିକ ଉତ୍ସବ

  • ଜିଲ୍ଲା ସାମ୍ବାଦିକଙ୍କ ବନ୍ଧୁ ମିଳନ ଓ ବୃକ୍ଷରୋପଣ 

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ସାମ୍ବାଦିକ ଭବନ ପ୍ରତିଷ୍ଠା ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ସାମ୍ବାଦିକ ଭବନଠାରେ ଏକ ବନ୍ଧୁ ମିଳନ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା । ସାମ୍ବାଦିକ ଜହନ କୁମ୍ଭାରଙ୍କ ସଂଯୋଜନାରେ ଆୟୋଜିତ ସଭାରେ ରମେଶ ବାରିକ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ରବି ନାରାୟଣ ପଣ୍ଡା, ସମ୍ମାନିତ ଅତିଥି ଭାବରେ ଉପଖଣ୍ଡ ସାମ୍ବାଦିକ ସଂଘ ସଭାପତି ବଡ଼ ଶତପଥି ଯୋଗଦାନ କରିଥିଲେ । ସାଂସଦ ପ୍ରଦୀପ ପୁରୋହିତ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଯୋଗଦାନ କରି ନ ପାରି ଏକ ଶୁଭେଚ୍ଛା ବାର୍ତ୍ତା ପଠାଇ ଥିଲେ । ତାହା ସଭାରେ ଉପସ୍ଥାପନ କରାଯାଇଥିଲା । ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ଅର୍ଥ ଶାସ୍ତ୍ର ବିଭାଗରେ ଟପର ଉତ୍ତମ ସାହୁ, ମାଟ୍ରିକ ପରୀକ୍ଷାରେ ଏ ୧ ପାଇଥିବା ଛାତ୍ର ବିଶ୍ୱ ରଣା, ଜିଲ୍ଲା ସ୍ତରୀୟ ଓଡିଶା ସାହିତ୍ୟ ଏକାଡେମୀ ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ ହୋଇଥିବା ଦୀପକ ବାଗ, ସାଧାରଣ ଜ୍ଞାନରେ ପ୍ରଥମ ଛାତ୍ର ପ୍ରିୟାଂଶୁ ମେହେର, କବିତା ଆବୃତ୍ତିରେ ପ୍ରଥମ ଛାତ୍ରୀ ଟିକେଶ୍ୱରୀ ବାରିକ ଏବଂ ଆଦର୍ଶ ଶିକ୍ଷକ ଭାବରେ ସଞ୍ଜୟ ସଗରଙ୍କୁ ଅତିଥି ବୃନ୍ଦ ସହ ବରିଷ୍ଠ ସାମ୍ବାଦିକ ଦୁର୍ଗାପ୍ରସାଦ ତ୍ରିବେଦୀ, ଡିଗ୍ରୀଧର ସାହୁ, ପ୍ରଭୁ ମହାନ୍ତି ସମ୍ମାନିତ କରିଥିଲେ । ଝାରବନ୍ଧ ଚାକଦର୍ହଳ ଡ୍ୟାମ ପରିଦର୍ଶନ ଅବସରରେ ପ୍ରକୃତି ପ୍ରେମୀ ଶିକ୍ଷକ ଭୁବନେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ବୃକ୍ଷ ରୋପଣ କରାଯାଇଥିଲା । ଏହି ବୃକ୍ଷ ରୋପଣରେ ପ୍ରତ୍ୟେକ ବ୍ଲକର ସାମ୍ବାଦିକଙ୍କ ସମେତ ଡିଗ୍ରୀ କଲେଜ ଅଧ୍ୟକ୍ଷ ଶ୍ୟାମସୁନ୍ଦର ବେହେରା, ସାମାଜିକ କର୍ମୀ ଡୋଳଚନ୍ଦ୍ର ସାହୁ, ସାମ୍ବାଦିକ ଦେବେନ୍ଦ୍ର ସାହୁ, ନକୁଳ ସାହୁ, ପ୍ରଦୀପ ପ୍ରଧାନ, ଶିବ ପ୍ରସାଦ ପଟେଲ ସାମିଲ ହୋଇଥିଲେ ବରଗଡ଼, ସୋହେଲା, ବିଜେପୁର, ମେଲଚ୍ଛାମୁଣ୍ଡା, ପଦ୍ମପୁର, ଗାଇସିଲେଟ, ପାଇକମାଲ, ଝାରବନ୍ଧ, ବରପାଲି, ଭଟଲି ଅଞ୍ଚଳର ସାମ୍ବାଦିକ ସାମିଲ ଥିଲେ । 

jayashree
Leave A Reply

Your email address will not be published.