ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ମହିଳା ସଚେତନତା ଆଲୋଚନା ଚକ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ବନବାସୀ ଜନକଲ୍ୟାନ ଆଶ୍ରମ ଓଡ଼ିଶା ଦ୍ଵାରା ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ମହିଳା ସଚେତନତା ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଆଲୋଚନା ଚକ୍ରରେ ମୁଖ୍ୟ ପ୍ରବକ୍ତା ଭାବେ ମନୋରମା ମିଶ୍ର, ଓଡ଼ିଶା ପ୍ରାନ୍ତ ମହିଳା ପ୍ରମୂଖ ଯୋଗଦେଇ ଘଟି ଜାଇଥିବା ବାଲେଶ୍ଵରର “ସୌମ୍ୟାଶ୍ରୀ ” ଙ୍କ ଘଟଣା ଉପରେ ଆଲୋକପାତ କରିଥଲେ । ମହିଳାମାନେ ନିଜକୁ ଅବଲା, ଦୁର୍ବଳା ମନେକରି କୌଣସି ପରିସ୍ଥିତିରେ ମଧ୍ୟ ଭୁଲ ପଦକ୍ଷେପ ନ ନେବାପାଇଁ ବିଭିନ୍ନ ଉଦାହରଣ ଦେଇ ଆଲୋଚନା କରିଥଲେ । ନିଜ ମସ୍ତିଷ୍କକୁ ବ୍ୟସ୍ତ, ବିବ୍ରତରୁ ଦୂରେଇ ରଖିବା ପାଇଁ ଅଧ୍ୟାତ୍ମିକ ଚିନ୍ତା ଧାରା ନିତାନ୍ତ ଆବଶ୍ୟକତା ବୋଲି ଆଲୋକପାତ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶୁଶାନ୍ତ ପଣ୍ଡା, ବନବାସୀ ଆଶ୍ରମ ଓଡ଼ିଶାର ଏପରି ପଦକ୍ଷେପକୁ ପ୍ରସଂଶା କରିବା ସହିତ ଆଜିର ଯୁବ ପିଢ଼ି ପାଶ୍ଚାତଃ ସଭ୍ୟ ତାରରୁ ଦୂରେଇ ରହିଲେ ଏକ ସୁନ୍ଦର ସମାଜ ଗଠିତ ହୋଇପାରିବ ବୋଲି କହିଥିଲେ । ସମସ୍ତ କର୍ମଚାରୀ, ସମସ୍ତ ଛାତ୍ରୀ ଏହି ଆଲୋଚନା ଚକ୍ରରେ ଭାଗ ନେଇ ନିଜ ନିଜ ସ୍ଵ -ମତ ପ୍ରକାଶ କରିଥଲେ । ଉକ୍ତ ଆଶ୍ରମର ଦୁଇ ଜଣ କର୍ମୀ ଅମ୍ବିକା ଭୋଇ ଓ ମମତା ବେହେରା ଯୋଗ ଦେଇ ଏହି ଆଲୋଚନା ଚକ୍ରକୁ ସୁନ୍ଦର ଭାବେ ରୋଚକ ପରିବେଷ ସୃଷ୍ଟି କରିଥଲେ । ଆଲୋଚନା ଚକ୍ର ସେଶରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପଣ୍ଡା ଏବଂ ଶିକ୍ଷକ ସେବକ ସେଂଙ୍କୁ ବନବାସୀ ଆଶ୍ରମର ମହିଳା ପ୍ରମୁଖ ମନୋରମା ମିଶ୍ର ନିଜ ହାତ ତିଆରି ରାକ୍ଷୀ ବାନ୍ଧି ସମ୍ପର୍କର ଡୋରି ବାନ୍ଧିବା ପାଇଁ ସମସ୍ତଙ୍କୁ ପ୍ରେରଣା ଦେଇଥିଲେ ।

jittmm
Leave A Reply

Your email address will not be published.