ଜୋନାଲ ସ୍ତରୀୟ କରାଟେ ଓ ଟାଇକଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ରେଲୱେ ଷ୍ଟେସନ ଛକ ସ୍ଥିତ କରାଟେ ସ୍କୁଲରେ ସିଆଇଏସ୍‌ସିଇ ଅଧିନସ୍ଥ ଲିଟିଲ୍‌ ଫ୍ଲାୱାର ସ୍କୁଲ ତରଫରୁ ଜୋନାଲ ସ୍ତରୀୟ ସ୍କୁଲ ଗେମ୍‌ ଟାଇକଣ୍ଡୋ ଓ କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲା ସିଆଇଏସ୍‌ସିଇ ଅଧିନସ୍ଥ ସମସ୍ତ ସ୍କୁଲର କରାଟେ ଓ ଟାଇକଣ୍ଡୋ ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ । ଏଥିରେ ୧୪ ଓ ୧୭ ବର୍ଷ ବର୍ଗ ବାଳିକା ଓ ବାଳକ ବିଭାଗର ବିଭିନ୍ନ ଓଜନରେ କରାଟେ ଓ ଟାଇକଣ୍ଡୋ ଫାଇଟିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନ ଓ ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘର ସାଧାରଣ ସଂପାଦକ ତଥା କୋଚ ଅସୀମ କୁମାର ଭୋଇ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ । ଏଥିରେ ଉତ୍ତିନ୍ନ ଛାତ୍ରଛାତ୍ରୀମାନଙ୍କୁ ଓଡିଶା ରିଜନ କମିଟି ସଦସ୍ୟ ମୁକେଶ ସାହୁ, ଜାତୀୟ ସ୍ତରୀୟ ଟାଇକଣ୍ଡୋ କରାଟେ କୋଚ ଅସୀମ ଭୋଇ, ଲିଟିଲ ଫ୍ଲାୱାର ସ୍କୁଲ ପିଇଟି ପ୍ରଭାତ ଦାଶ ଓ ଦେବାଶିଷ ମହାପାତ୍ର ମାନପତ୍ର ଓ ମେଡାଲ ସହ ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ । ଆଗାମୀ ଦିନରେ ସିଆଇଏସ୍‌ଇ ରିଜିଓନାଲ ସ୍ତରୀୟ ପ୍ରତିଯୋଗିତାରେ ଉତ୍ତିନ୍ନ ପ୍ରତିଯୋଗୀମାନେ ଭାଗ ନେବେ ବୋଲି ସୂଚନା ଦିଆଯାଇଛି । ଏଥିରେ ଅଫିସିଆଲ ମୁଖ୍ୟ ଭାବେ ଅସୀମ ଭୋଇ ତଥା ସୁଶାନ୍ତ ମୁଗ୍ରୀ, କରନ ନନ୍ଦ, ଅସିଫ୍‌ ରାଜା, ଜୟମ ସାହୁ ଓ ପ୍ରାଚୀ ବେହେରା ଦାୟିତ୍ୱ ବହନ କରିଥିଲେ । ଅସୀମ ଟାଇକଣ୍ଡୋ ଓ କରାଟେ ଏକାଡେମୀର ଶ୍ରୀୟାଂଶ ସିଂ ଭଞ୍ଜ, ଶୁଭମ ମେହେର, ସାନଭି ପ୍ରଧାନ, ପ୍ରୀୟମ ସାହୁ, ଆର୍ୟମାନ ସିଂଦେଓ, ସମୀକ୍ଷା ସମୃଦ୍ଧି ଷଡଙ୍ଗୀ, ଅଭିଳାଷା ଚୈଧୁରୀ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି ।

jittmm
Leave A Reply

Your email address will not be published.