ଗଛରେ ଝୁଲୁଥିବା ଅବସ୍ଥାରେ ମୃତଦେହ ଉଦ୍ଧାର

କେନ୍ଦ୍ରାପଡା : କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ଗଇଦୁଆ ପାଟରେ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତକ ମହାକାଳପଡ଼ା ଥାନା ଅନ୍ତର୍ଗତ ତନ୍ତୀଆପାଳ ଗାଁର ପୀତାମ୍ବର ସେଠୀ ବୋଲି ଜଣାପଡିଛି । ତେବେ ପୀତାମ୍ବରଙ୍କ ମୃତଦେହ ପାଟ ମଝିରେ ଥିବା ଏକ ଗଛରେ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏ ନେଇ ପୋଲିସ ଖବର ପାଇବା ପରେ ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ଆତ୍ମହତ୍ୟା ନା ହତ୍ୟା ତାହା ଜଣାପଡ଼ିନାହିଁ । ଏ ନେଇ ପୋଲିସ କିମ୍ବା ପରିବାର ଲୋକଙ୍କର ପ୍ରତିକ୍ରିୟା ମିଳିପାରିନାହିଁ ।

Leave A Reply

Your email address will not be published.