ଶିଶୁ ଓ ମାତୃତ୍ଵ ସମ୍ପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ ସିଟି ତରଫରୁ ଜୁଲାଇ ମାସର କାର୍ଯ୍ୟକ୍ରମରେ ଶିଶୁ ଓ ମାତୃତ୍ଵ ସମ୍ପର୍କରେ ଆଲୋଚନାଚକ୍ର ରାଉରକେଲା କ୍ଲବଠାରେ ଅନୁଷ୍ଠିତ ହୋଇଯାଇଛି । କ୍ଲବର ସଭାପତି ରୋଟାରିଆନ ବିଣାପାଣି ରଥଙ୍କ ଅଧ୍ୟକ୍ଷତ ଓ ସମ୍ପାଦିକା ରୋଟାରିଆନ ରଶ୍ମି ମିଶ୍ରଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ତ୍ରୀରୋଗ ବିଶେଷଜ୍ଞ ରୋଟାରୀଆନ ଡାକ୍ତର ସ୍ୱୟଂସ୍ତୁତୀ ପଟ୍ଟନାୟକ ମୁଖ୍ୟଅତିଥି ତଥା ବକ୍ତା ଭାବେ ମାତୃତ୍ଵ ଏବଂ ଶିଶୁର ଯତ୍ନ ଓ ଦାୟିତ୍ଵବୋଧ ସମ୍ପର୍କରେ ଆଲୋଚନା କରିଥିଲେ । ସେ ତାଙ୍କ ବକ୍ତବ୍ୟରେ ଗର୍ଭ ସଂସ୍କାର ସମ୍ପର୍କରେ ବକ୍ତବ୍ୟ ରଖି କହିଲେ ଯେ ମାତୃତ୍ଵ ଲାଭ ସ୍ତ୍ରୀ ଲୋକଙ୍କ ପାଇଁ ଗର୍ବର ବିଷୟ । ତେବେ ଏଥିପାଇଁ ମା’ କୁ ଗର୍ଭାବସ୍ଥାରେ ଶିଶୁର କିପରି ଯତ୍ନ ନିଆଯିବ, କିପରି ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବ, ସୁସ୍ଥ ଚିନ୍ତନ କିପରି ଶିଶୁ ଉପରେ ପ୍ରଭାବ ପକାଇଥାଏ, ଗର୍ଭାବସ୍ଥା ସମୟରେ ଯୋଗର ଆବଶ୍ୟକତା, ଖାଦ୍ୟ ପାନୀୟରେ ସନ୍ତୁଳନ,ସମୟ ଭିତରେ ସ୍ୱାସ୍ଥ୍ୟ ପରୀକ୍ଷା, ପାରିବାରିକ ସହଯୋଗ ଆଦି ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଏହା ପରେ ସେଠାରେ ଉପସ୍ଥିତ ଥିବା ସଭ୍ୟମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ । ରୋଟାରିଆନ ସନ୍ଧ୍ୟା ସାହୁ ଅନୁଷ୍ଠାନର ଉଦ୍ଦେଶ୍ୟ ପାଠ କରିଥିଲେ । ପରେ ରୋଟାରିଆନ ଅର୍ଚ୍ଚନା ମହାନ୍ତିଙ୍କ ପିତୃ ବିୟୋଗ ପାଇଁ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ରୋଟାରିଆନ ଡ଼ଃ ସରିତା ମଲ୍ଲ ମୁଖ୍ୟଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ରୋଟାରିଆନ ପିଉ ଗୁହା ଧନ୍ୟବାଦ ଦେଇଥିଲେ । ରୋଟାରିଆନ ନମିତା ଆଚାର୍ଯ୍ୟ କାର୍ଯ୍ୟକ୍ରମର ସାରାଂଶ ଉପସ୍ଥାପିତ କରିଥିବା ବେଳେ ଶେଷରେ ସାମଗ୍ରିକ କାର୍ଯ୍ୟର ଶେଷରେ ରୋଟାରିଆନ ବିଭୁଦ ପ୍ରସାଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ରୋଟାରୀଆନ ଡ ଅଞ୍ଜନା ମୈତ୍ର, ରଶ୍ମିବାଳା ରାଉତରାୟ, ପୁତୁଲ ରାହୁଲ, ଦିଲ୍ଲିପ ଭୁଇ, କୋମଲ ଅଗ୍ରୱାଲ, ଟୁନି ସାହୁ, ପି କେ ପତି, ରଶ୍ମି ନାୟକ, ନମିତା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.