କେନ୍ଦ୍ରୀୟ ଟ୍ରେଡ ୟୁନିୟନମାନଙ୍କ ଦେଶବ୍ୟାପୀ ଧର୍ମଘଟ ରାଉରକେଲାରେ ସଂପୂର୍ଣ୍ଣ ସଫଳ, ଜନଜୀବନ ପ୍ରଭାବିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଦେଶର ୧୦ଟି ପ୍ରମୁଖ କେନ୍ଦ୍ରୀୟ ଟ୍ରେଡ ଓ କର୍ମଚାରୀ ଫେଡେରେସନ ପକ୍ଷରୁ ଆହୂତ ଆଜିର ଦେଶବ୍ୟାପୀ ସାଧାରଣ ଧର୍ମଘଟ ରାଉରକେଲା ତଥା ସୁନ୍ଦରଗଡ ଜିଲ୍ଲାର ଜନସାଧାରଣଙ୍କ ଅପୂର୍ବ ସମର୍ଥନ ଯୋଗୁଁ ସଫଳ ହୋଇଛି ବୋଲି କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଓସିଆଇଟିୟୁ ପକ୍ଷରୁ କୁହାଯାଇଛି । ଆଜି ସକାଳ ୬ ଟାରୁ କେନ୍ଦ୍ରୀୟ ଟ୍ରେଡ ୟୁନିୟନର ସମସ୍ତ ନେତୃତ୍ୱ ଓ କର୍ମକର୍ତ୍ତା ବିଶ୍ରାଛକଠାରେ ପିକେଟିଙ୍ଗ କରିଥିଲେ । କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଡାକରା ଯୋଗୁଁ ଆଜି ରାଉରକେଲା ଜନ ସାଧାରଣଙ୍କ ଅଭୁତପୂର୍ବ ସମର୍ଥନ ଯୋଗୁଁ ସମଗ୍ର ପରିବହନ, ଯାତାୟାତ, ଶିକ୍ଷାନୁଷ୍ଠାନ, ବ୍ୟବସାୟୀକ ପ୍ରତିଷ୍ଠାନ, ଅଫିସ ଦପ୍ତର ବିଶେଷ ଭାବରେ ପ୍ରଭାବିତ ହୋଇଥିଲା । କେନ୍ଦ୍ରୀୟ ଟ୍ରେଡ ୟୁନିୟନମାନଙ୍କ ୧୭ ଦଫା ଦାବି ଯଥା ଶ୍ରମିକ ବିରୋଧୀ ୪ଟି ଶ୍ରମ ଆଇନ ବାତିଲ କରିବା, ଦରବୃଦ୍ଧି ନିୟନ୍ତ୍ରଣ କରିବା, ସର୍ବନିମ୍ନ ମଜୁରୀ ମାସିକ ୨୬ ହଜାର କରିବା, ଲାଭଦାୟକ ରାଷ୍ଟ୍ରାୟତ ସଂପଦକୁ ଘରୋଇକରଣ ବନ୍ଦ କରିବା, ସ୍ମିମ ଶ୍ରମିକମାନଙ୍କୁ ଶ୍ରମିକର ମାନ୍ୟତା ସହ ସାମାଜିକ ସୁରକ୍ଷା ପ୍ରଦାନ କରିବା, କୃଷକମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରିବା, ବେକାରଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ପ୍ରଭୃତି ଦାବିରେ ଏହି ଧର୍ମଘଟ ଡାକରା ଦିଆଯାଇଥିବା ବେଳେ ସରକାର ଟ୍ରେଡ ୟୁନିୟନମାନଙ୍କ ଏହି ଦାବିକୁ ବେଖାତିର କରିବା ଯୋଗୁଁ ବାଧ୍ୟ ହୋଇ ଟ୍ରେଡ ୟୁନିୟନ ମାନେ ଆଜି ଦେଶବ୍ୟାପୀ ଧର୍ମଘଟରେ ଯାଇଥିଲେ ଓ ଧର୍ମଘଟ ସଂପୂର୍ଣ୍ଣ ସଫଳ ହୋଇଛି । ଏହି ଧର୍ମଘଟରେ ସିଆଇଟିୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି, ବିମାନ ମାଇତି, ଶ୍ରୀମନ୍ତ ବେହେରା, ରାଜ କିଶୋର ପ୍ରଧାନ, ବିପି ମହାପାତ୍ର, ହୃଦୟାନନ୍ଦ ଯାଦବ, ସୁରେନ୍ଦ୍ର ଦାଶ, ଲକ୍ଷ୍ମୀଧର ନାୟକ, ପ୍ରଭାତ ମହାନ୍ତି, ବିଶ୍ଵଜିତ ମାଝୀ, ଚନ୍ଦ୍ରଭାନୁ ଦାସ, ଦିବାକର ମହାରଣା, ଅରୁଣ ମହାରଣା, ଶକୁନ୍ତଳା ମହାକୁଡ଼, ବିନୟ ବେହୁରିଆ, ଏନ୍ କେ ରାଉତରାୟ, ସୁରେନ୍ଦ୍ର ମହାନ୍ତି, ଏନ୍ କେ ରାଉତରାୟ, ବଛିରାମ ବେହେରା, ରତ୍ନାକର ନାୟକ, କୁଳମଣି ରାଉତ, ସାଗର ଛୋଟରାୟ, ଶୁଭେନ୍ଦୁ ମହାନ୍ତି, ଜଗଦିଶ ପାଲ, ଆଇ ଏନଟିୟୁସି ନେତା ନିହାର ଦାସ, ଏଚଏମ୍ ଏସ ନେତା ଶଶଧର ନାୟକ, ପ୍ରମୋଦ ଦାସ, ଦିଗମ୍ବର ମହାନ୍ତି,ଏ ଆଇଟିୟୁସି ନେତା ପ୍ରଦୋଷ ମହାନ୍ତି, ସଦାନନ୍ଦ ସାହୁ, ଏ ଆଇ ୟୁଟିୟୁସି ନେତା ଅଜିତ୍ ନାୟକ, ବିଷ୍ଣୁ ପଣ୍ଡା, ବିରେନ ନାୟକ, ସୁବାସ ଦଣ୍ଡପାଟ, ଏଆଇସିସିଟିୟୁ ନେତା ରାଜା ମୁନ୍ନା, ଜିଏମଏମ୍ ନେତା ଗୋପାଳ ଦାସ ପ୍ରମୁଖଙ୍କ ସମେତ ଶତାଧିକ ଟ୍ରେଡ ୟୁନିୟନ କର୍ମକର୍ତ୍ତା ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.