ଗଜବନ୍ଧ ଶ୍ରୀ ଜଗନ୍ନାଥଙ୍କ ବାହୁଡାଯାତ୍ରାରେ କବି ସମ୍ମିଳନୀ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ ଗ୍ରାମରେ ଅନୁଷ୍ଠିତ ବାହୁଡା ଯାତ୍ରା ଅବସରରେ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ ଟଙ୍କଧର ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ କବିସମ୍ମିଳନୀରେ ପଦ୍ମଶ୍ରୀ ହଳଧର ନାଗ ମୁଖ୍ୟ ଅତିଥି, ହାସ୍ୟକବି ହରିଲାଲ ସାହୁ ମୁଖ୍ୟବକ୍ତା ଏବଂ ପିତାମ୍ବର ପାଣ୍ଡିଆ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ । ଅତିଥି ବୃନ୍ଦ କବିତା ମାଧ୍ୟମରେ ସଚେତନତା ବାର୍ତ୍ତା ଦେଇ ଗ୍ରାମବାସୀଙ୍କୁ ମନମୁଗ୍ଧ କରିଥିଲେ । କାର୍ଯ୍ୟକ୍ରମରେ ରାମଗୋପାଳ ଭୋଇ, ସପ୍ତସାଗର ପଧାନ, ସୁରଜ କାଲସେ, ସୁଧୀର କାଲସେ, ଫଗୁନୁ ବଢ଼େଇ, ମଙ୍ଗଳ ମେହେର, ପୂର୍ଣଚନ୍ଦ୍ର ବଢ଼େଇ ଓ ଗଜବନ୍ଧ ଗ୍ରାମବାସୀ ସହଯୋଗ କରିଥିଲେ । ଧୀରେନ୍ଦ୍ର କୁମାର ସାହୁ ସଭା ସଂଯୋଜନା କରିଥିବା ବେଳେ ଶଙ୍କରପ୍ରସାଦ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.