csstore

ବଲାଙ୍ଗିର ନକଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ

  • ଫାଇନାଲରେ ସିସିଏଫ୍‌ଏ ସିହିନି ମହିଳା ଦଳ ଓ ମୁରିବାହାଲ ମହିଳା ଦଳ ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଆଜି ଗାନ୍ଧୀ ଷ୍ଟାଡିୟମଠାରେ ପ୍ରଥମ ସେମିଫାଇନାଲ ଖେଳ ଓ ଦୁଇ ଗୋଟି ମହିଳା ଖେଳ ଅନୁଷ୍ଠିତ ହୋଇଯାଇଛି । ସିସିଏଫ୍‌ଏ ବଲାଙ୍ଗିର ୩-୧ ଗୋଲରେ କେସି ୟୁନାଇଟେଡ୍‌ ଜୁରାବନ୍ଧକୁ ହରାଇ ଫାଇନାଲକୁ ଉନ୍ନିତ ହୋଇଛି । ସିସିଏଫ୍‌ଏ ତରଫରୁ ବିଶାଳ ଚନ୍ଦନ, ମୁକେଶ ନାଏକ ଓ ଦେବରାଜ ସା ଗୋଲ ଦେଇଥିବା ବେଳେ ଜୁରାବନ୍ଧ ତରଫରୁ ଦିପକ ଭୋଇ ଗୋଟିଏ ଗୋଲ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ବିଜେପି ନେତା ଗୋପାଳଜୀ ପାଣିଗ୍ରାହୀ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । କ୍ରୀଡା ସଂସଦର ଉପ-ସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ଯୁଗ୍ମ ସଂପାଦକ ପଦ୍ମଚରଣ ଆର୍ଯ୍ୟ ଓ ଶତୃଘନ ସିଂ, କ୍ରିକେଟ ସଂପାଦକ ଓମ୍‌ ପ୍ରକାଶ ଚାନ୍ଦ, କ୍ରୀଡା ସଂପାଦକ ବିଭୁତି ଭୂଷଣ ପଣ୍ଡା, ବରିଷ୍ଠ ସଦସ୍ୟ ରମାକାନ୍ତ ସେଠ, ଜୟରାମ ମିଶ୍ର, କାଉନସିଲ ସଭ୍ୟ ପ୍ରଭାତ କୁମାର ମିଶ୍ର, ଟୁର୍ଣ୍ଣାମେଣ୍ଟ କମିଟି ଅଧ୍ୟକ୍ଷ ହେମନ୍ତ କୁମାର ବେହେରା, ଫୁଟବଲ ସଂପାଦକ ଶରତ କୁମାର ନନ୍ଦ, ସଦସ୍ୟ ଡା. ସିର୍ଦ୍ଦେଶ୍ୱର ମିଶ୍ର, ପୂର୍ବତନ ଖେଳାଳି ଶ୍ରୀକାନ୍ତ ରାଉତ ମଂଚାସିନ ଥିଲେ । ଖେଳକୁ ସଂଜିବ ମହାରଣା, ସଂଜନ କୁଦେଇ, ଜିତେନ୍ଦ୍ର ପାତ୍ର ଓ ରାଜେନ୍ଦ୍ର ସେଠ ପରିଚାଳନା କରିଥିବା ବେଳେ ସୁଧାଂଶୁ ସେଠ ମ୍ୟାଚ କମିଶନର ଦାୟିତ୍ୱ ତୁଳାଇଥିଲେ । ସେହିପରି ମହିଳା ଖେଳରେ ସିହିନି ଏଫ୍‌ସି ୫-୦ ଗୋଲରେ ସାଉନ୍ତପୁର ଏଫ୍‌ସିକୁ ହରାଇ ବିଜୟୀ ହେଲା । ମୁରିବାହାଲ ଏଫ୍‌ସି ୧-୦ ଗୋଲରେ ପାଟଣେଶ୍ୱରୀ ଡବ୍ଲୁଏଫ୍‌ଏକୁ ହରାଇ ବିଜୟୀ ହେଲା । ଖେଳକୁ ସୁଦର୍ଶନ ସେଠ, ଜଳନ୍ଧର ସାହୁ, ବିକି ବିଶି, ଜ୍ୟୋତି ମହାନନ୍ଦ, ପୁରୁଷୋତ୍ତମ ବୁଡେକ, ମଣ୍ଟୁ ବେହେରା, ଧନେଶ୍ୱର ସେଠ, ଉମେଶ ଭୋଇ ପରିଚାଳନା କରିଥିବା ବେଳେ ନରସିଂସ୍ୱାମୀ ନାଇଡୁ ଓ ବୈକୁଣ୍ଠ ଜେନା ମ୍ୟାଚ କମିଶନର ଦାୟିତ୍ୱ ତୁଳାଇଥିଲେ । ୯ ତାରିଖ ସ୍ପୋର୍ଟ୍ସ ହଷ୍ଟେଲ ବଲାଙ୍ଗିର ବନାମ ଏସ୍‌ୱାଇଏସ୍‌ ସୁଜିଆ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ଖେଳ ହେବ । ସେହି ଦିନ ୧ ଘଣ୍ଟା ସମୟରେ ସିହିନି ଏଫ୍‌ସି ବନାମ ମୁରିବାହାଲ ଏଫ୍‌ସି ମଧ୍ୟରେ ମହିଳା ଫାଇନାଲ ଖେଳ ହେବ ବୋଲି କ୍ରୀଡା ସଂସଦର ସାଧାରଣ ସଂପାଦକ ହରିନାରାୟଣ ପୁଜାରୀ ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.